ଅସୁରଗଡ ଲୋକ ମହୋତ୍ସବ ପାଇଁ ଲୋଗୋ ଉନ୍ମୋଚନ।

ବୌଦ୍ଧ-୦୫/୦୧-(ହୃଦାନନ୍ଦ ମେହେର)-ଅସୁରଗଡ ମହୋତ୍ସବ ପାଇଁ ଲୋଗୋ ଉନ୍ମୋଚନ। ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ମନମୁଣ୍ଡା ଠାରେ ପ୍ରଥମ ଥର ପାଇଁ ହେବାକୁ ଥିବା ଅସୁରଗଡ ଲୋକ ମହୋତ୍ସବ ପାଇଁ ଲୋଗୋ ଉନ୍ମୋଚନ ହୋଇଥିବା ସୂଚନା ମିଳିଛି। ଜିଲ୍ଲା ୱେବ୍ ମିଡିଆ ସଂଘ ପକ୍ଷରୁ ଆରମ୍ଭ କରାଯାଇ ମନମୁଣ୍ଡା ଅଞ୍ଚଳ ବାସୀଙ୍କ ସହଯୋଗରେ ଆଗାମୀ ଜାନୁୟାରୀ ମାସରେ 25 ରୁ 29 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମହୋତ୍ସବ ପାଇଁ ଏବେ ଚଳଚଂଚଳ ହେବାକୁ ବସିଲାଣି ମନମୁଣ୍ଡା ଅଞ୍ଚଳ।ଅସୁର ଗଡ ମହୋତ୍ସବର ପ୍ରସ୍ତୁତି ବୈଠକ ଆଗରୁ ସରିଥିବା ବେଳେ ଆଜି ମହୋତ୍ସବର ସଭାପତି ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ଆଶିଷ କୁମାର ସାହୁ ଙ୍କ ନେତୃତ୍ବରେ ଲୋଗୋ ଉନ୍ମୋଚନ ହୋଇଥିବା ବେଳେ , ଜିଲ୍ଲା ପରିଷଦ ଅଧକ୍ଷ ଶଙ୍କର୍ଷଣ ପ୍ରଧାନ,ବୟନିକା ସଭାପତି ପ୍ରକାଶ ମେହେର,କଣ୍ଟାମାଳ ବ୍ଲକ୍ ଚେୟାର ମେନ୍ ସସ୍ମିତା ସେନାପତି,ଜିଲ୍ଲା ୱେବ୍ ମିଡିଆ ସଂଘର ସଭାପତି ଅକ୍ରୁର ବେହେରା,ବିଜେଡି ସମ୍ପାଦକ ସୁଧୀର ମହାକୁଡ, ଜାନି ସେନାପତି, ସୁରୁବାବୁ ମେହେର,ରାଜୁ ନାୟକ, ରୋସନ୍ ନାୟକ ଧ୍ରୁବ ଚରଣ ପ୍ରଧାନ ,ସଞ୍ଜୟ ମହାକୁଡ,ବିପ୍ର ବେହେରା ରଞ୍ଜିତ ମଲ୍ଲିକ,ଓ ଅଞ୍ଚଳର ସମସ୍ତ ଜନସାଧାରଣ ଉପସ୍ଥିତ ଥିଲେ।ମହୋତ୍ସବ ସମୟରେ ମିନା ବଜାର ସହ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ମନଲୋଭା ହେବ ବୋଲି ମହୋତ୍ସବ ସଭାପତି ଆଶିଷ କୁମାର ସାହୁ ସୂଚନା ଦେଇଛନ୍ତି।
ବୌଦ୍ଧ ରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ୍ ସମର୍ଥ ନିୟୁଜ




