ଶ୍ରେୟା ଅନୁଷ୍ଠାନ ଦ୍ଵାରା ଅଷ୍ଟମ ବୁଦ୍ଧେଶ୍ୱରି ମହୋତ୍ସବ ଏବଂ ଅଷ୍ଟମ ବାର୍ଷିକ ଉତ୍ସବ।


ତା ୪/୧/୨୦୨୪ ରିଖ ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲ ଠାରେ, ଶ୍ରେୟା ଅନୁଷ୍ଠାନ ତରଫରୁ ଅଷ୍ଟମ ବୁଦ୍ଧେଶ୍ଵରି ମହୋତ୍ସବ ଏବଂ ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇ ଅଛି।
ପ୍ରାତଃ ସମୟରେ ଅନୁଷ୍ଠାନ ର ସଭାପତି ଶ୍ରୀମତୀ ପ୍ରିୟଙ୍କା ରାଉତ, ସମ୍ପାଦକ ଶ୍ରୀ ଜ୍ୟୋତି ରଞ୍ଜନ ମହାରଣା, ଶ୍ରେୟା ଚେସ ଏକାଡେମୀ ର ନିର୍ଦ୍ଦେଶିକା ଶ୍ରୀମତୀ ସାଗରିକା ମିଶ୍ର, ରାଇଜ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ସତ୍ୟ ନାରାୟଣ ବିଶ୍ଵାଳ ଙ୍କ ଉପସ୍ଥିତି ରେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରା ଯାଇଥିଲା।

ସାନ୍ଧ୍ୟ ଅଧିବେଶନ ରେ ସଭାପତି ଭାବେ ଶ୍ରୀମତୀ ସ୍ଵର୍ଣ୍ଣ ଲତା ମିଶ୍ର ସଭାପତିତ୍ଵ କରିଥିଲେ।ମୁଖ୍ୟ ଅତିଥି ଭାବେ CBI,ଅବସର ପ୍ରାପ୍ତ ଜଜ୍ ଶ୍ରୀ ଭିକାରୀ ଚରଣ ରାଉତ ଅନୁଷ୍ଠାନର ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଏବଂ କଳା, ସଂସ୍କୃତି କୁ ବଞ୍ଚେଇ ରଖିବାର ପ୍ରୟାସ କୁ ଭୂୟସୀ ପ୍ରଶଂସା କରିଥିଲେ। ସାହିତ୍ୟିକ ତଥା ଇଁ ଦୁର୍ଗା ପ୍ରସାଦ ମହାନ୍ତି ମୁଖ୍ୟ ବକ୍ତା , ସମାଜ ସେବୀ ଶ୍ରୀମତୀ ସୁଜାତା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରେୟା ସମ୍ପାଦକ ଶ୍ରୀ ଜ୍ୟୋତି ରଞ୍ଜନ ମହାରଣା ବାର୍ଷିକ ବିବରଣୀ କିପରି ସବୁବର୍ଗ ର ବ୍ୟକ୍ତି ଙ୍କ ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତତ୍ସଙ୍ଗେ କଳା, ସଂସ୍କୃତି, ସଙ୍ଗୀତ, ନୃତ୍ୟ, ଚେସ , ଶ୍ରେୟା ଅନୁଷ୍ଠାନ ଦ୍ଵାରା ରାଜ୍ୟ ତଥା ରାଜ୍ୟ ବାହାରେ କୃତି ଛାତ୍ର ଛାତ୍ରୀ ପୁରସ୍କୃତ ହେଉଛନ୍ତି ।କଂସା ପିତଳ ବାସନ ର କଳାକାର ଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ସେ ବିଷୟ ରେ ବିବରଣୀ ପାଠ କରିଥିଲେ। ଶ୍ରୀମତୀ ସଗରିକା ମିଶ୍ର, ଶ୍ରେୟା ଚେସ ଏକାଡେମୀ ର ନିର୍ଦ୍ଦେଶିକା ଧନ୍ୟବାଦ ଅର୍ପଣ କରିଥିଲେ। ସଙ୍ଗୀତ ଗୁରୁ ଶ୍ରୀ ବ୍ରଜ ବନ୍ଧୁ ରଣସିଂହ ଙ୍କୁ” ଶ୍ରେୟା ସମ୍ମାନ 2024″ଏବଂ ଶ୍ରୀ ରୁଦ୍ର ପ୍ରାସାଦ ମହାନ୍ତି ଙ୍କୁ ସୁ ସାହିତ୍ୟିକ ସ୍ବର୍ଗତ ରାମଚନ୍ଦ୍ର ମହାନ୍ତି ଙ୍କ ନାମରେ”” ରାମଚନ୍ଦ୍ର ମହାନ୍ତି “ସ୍ମାରକୀ ପ୍ରଦାନ କରା ଯାଇଥିଲା। ଶ୍ରୀ ସୁଶାନ୍ତ ପାଣି, ଶ୍ରୀ ବିଜ୍ଞାନ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ।ଇଁ ମନୋରଞ୍ଜନ ପତି, ସାଇ ଆଲାଦିନି ପୃଷ୍ଟି, ବନ୍ଦନା ପଣ୍ଡା, ମାମିନା ଦୀକ୍ଷିତ, ଶ୍ରଦ୍ଧାଞ୍ଜୀ ସାହୁ, ମମତା ମିଶ୍ର, ବାପିନି ସ୍ୱାଇଁ ସହଯୋଗ କରିଥିଲେ।

ଶ୍ରେୟା ଅନୁଷ୍ଠାନ ର ତାନଭି ମିଶ୍ର, ସାନଭି ମିଶ୍ର, ଜାନଭି ମିଶ୍ର, ଆଦୃତା ଶିଶୁ ଗୃହ ର କଳାକାର, ସୂର୍ ସଙ୍ଗୀତ ଗ୍ରୁପ,ରିଙ୍କିଲ Dance ଗ୍ରୁପ , ଆଶିଷ ପାଲ ଗ୍ରୁପ ର କୁନି କୁନି କଳାକାର ମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। କୃତି ଛାତ୍ର ଛାତ୍ରୀ ଏବଂ ବିଚାରକ ମଣ୍ଡଳୀ ଙ୍କୁ ବୃକ୍ଷ,ପୁଷ୍ପ ଗୁଛ ଓ ଉତ୍ତରୀୟ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରି ସମ୍ବର୍ଦ୍ଧିତ କରା ଯାଇଥିଲା। ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




