Entertainment

ସତ୍ୟସାଇ ମହିଳା ବିଦ୍ୟାଳୟରେ ନୂଆ ଓ କାର୍ଯ୍ୟକ୍ରମର ଉଦଯାପନୀ ଦିବସ ପାଳିତ.

ଭୁବନେଶ୍ୱର, ଆଜି ସତ୍ୟସାଇ ମହିଳା ବିଦ୍ୟାଳୟର +2 ହାଇଅର ସେକେଣ୍ଡାରୀ ଛାତ୍ରୀ ମାନଙ୍କର ନୂଆ ଓ – ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦଯାପନୀ ଦିବସ ମହା ସମାରୋହରେ କଲେଜ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି. ଏହି ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ମୁଖ୍ୟ ଅତିଥିଭାବେ, ଅବସର ପ୍ରାପ୍ତ ଆଇଏଏସ ଶ୍ରୀ ଏ କେ ପାଣି ମୁଖ୍ୟ ମୁଖ୍ୟ ବକ୍ତାଭାବେ ଓ ଅନ୍ତର୍ଜାତୀୟ କ୍ରିୟା ଯୋଗୀ ପ୍ରଜାନନ୍ଦଜି ମହାରାଜ ସମ୍ମାନିତ ଅତିଥିଭାବେ ଯୋଗଦେଇ ପିଲାମାନଙ୍କର ପାଠ ପଢା ସହିତ ବୌଦ୍ଧିକ, ଶାରୀରିକ ଓ ମାନସିକ ବିକାଶ ଏକାନ୍ତ ଆବଶ୍ୟକ ବୋଲି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ. କଲେଜର ଅଧକ୍ଷା ଡ଼ ଦେବଯାନୀ ସିଂ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମାସଧିକ କଳା ଚାଲିଥିବା ନୂଆ ଓ କାର୍ଯ୍ୟକ୍ରମର ସମ୍ପୂର୍ଣ ବିବରଣୀ ପ୍ରକାଶ କରାଯିବା ସହ ବିଭିନ୍ନ ପ୍ରତିଯୋଗିତାରେ କୃତ କାର୍ଯ୍ୟ ହୋଇଥିବା ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା.ନଭେମ୍ବର 16 ତାରିଖରୁ ଆରମ୍ବ ହୋଇଥିବା ଏହି କାର୍ଯ୍ୟକ୍ରମରେ ପିଲାଙ୍କ ଭିତରେ ବହୁତ ଆଗ୍ରହ, ଉତ୍ସାହ ବଢିଛି ଆମେ ସବୁ ଗୋଟିଏ ଟିମ ସ୍ପିରିଟରେ ଉତ୍ସାହିତ ହୋଇ କାମକରି ପିଲାମାନଙ୍କୁ ଉପକୃତ କରାଇପାରିଛୁ ଓ ଧୂମଧାମରେ ପାଳନ କରିଆସୁଛୁ ବୋଲି କହିଛନ୍ତି ସତ୍ୟସାଇ କଲେଜର ଅଧକ୍ଷା ଦେବଯାନୀ ସିଂ. ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗାଇଡାନ୍ସରେ ଚାଲୁଥିବା ଏହି ପ୍ରୋଗ୍ରାମରେ ପିଲାମାନଙ୍କର ଇଂମୋସନାଲ ଡେଭେଲପମେଣ୍ଟ, ଆଫେଙ୍କଶନାଲ ପାର୍ଟର ବିକାଶ ହୋଇପାରିଛି ଓ ପିଲାମାନେ ବହୁତ ଲାଭବାନ ହୋଇଛନ୍ତି ବୋଲି କହିଛନ୍ତି ନୂଆ ଓ ର ନୋଡାଲ ଅଫିସର ତଥା ଫିଲୋସଫି ପ୍ରାଧ୍ୟପକ ମୃଣ୍ମୟୀ ରଥ.

ରିପୋର୍ଟ ଦେବ ପ୍ରସାଦ ମହାନ୍ତି.

Related Articles

Back to top button