Politics

ମଝି ପଡା ପଞ୍ଚାୟତ ରେ ବିଭିନ୍ନ ପ୍ରକଳ୍ପ ଲାଗି ବିଧାୟକଙ୍କ ମାରାଥନ୍ ଶିଳାନ୍ୟାସ।

 

– ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ମଝି ପଡା ପଞ୍ଚାୟତ ର ରାସ୍ତାର ପ୍ରଶସ୍ତି କରଣ ଲାଗି ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ କରକମଳରେ ପ୍ରାୟ ୧୨ କୋଟି ୯୦ ଲକ୍ଷ ଟଙ୍କାର ବ୍ୟୟ ବରାଦ ଲାଗି ଶିଳାନ୍ୟାସ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୯ କିମି ର ରାସ୍ତାର ପ୍ରଶସ୍ତି କରଣ ହେବାକୁ ଥିବା ବେଳେ, ବନ ମାଳି ପୁର ଠାରେ ସ୍ବାସ୍ଥ୍ୟ ଉପ୍ କେନ୍ଦ୍ର ର ଶିଳାନ୍ୟାସ ୪୬ ଲକ୍ଷ ବ୍ୟୟରେ ମାନ୍ୟବର ବିଧାୟକ ଶିଳାନ୍ୟାସ କରିଥିଲେ। ଅନ୍ୟପକ୍ଷରେ ଜଙ୍ଗଲ ବିଭାଗ ପକ୍ଷରୁ ସିଦ୍ଧେଶ୍ୱର ବନ ସୁରକ୍ଷା କମିଟି ନୂତନ ଗୃହ ର ନିର୍ମାଣ ଲାଗି ଶିଳାନ୍ୟାସ ୮ ଲକ୍ଷ ୫୦ ହଜାର ଟଙ୍କା ର ବ୍ୟୟ କରାଯାଇ ଥିବା କହିଥିଲେ ବିଧାୟ କ। ଏହି ସ୍ବାସ୍ଥ୍ୟ କେନ୍ଦ୍ର ର ନିର୍ମାଣ ଲାଗି ଅଞ୍ଚଳ ବସୀ ଙ୍କ ପକ୍ଷରୁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧକ୍ଷା ମିନତି ସେନାପତି, ମଝିପଡା ର ପଞ୍ଚାୟତ ପୂର୍ବତନ ସରପଞ୍ଚ ତାପସ ଚନ୍ଦ୍ର ରାୟ ସଭାପତିତ୍ବ କରିଥିଲାବେଳେ ପୂର୍ବତନ ସମିତି ସଭ୍ୟା ମଞ୍ଜୁଶ୍ରୀ ଦେଓ , ବଡ଼ ବାଲିକୁଦା ପଞ୍ଚାୟତ ର ପୂର୍ବତନ ସରପଂଚ ଗଗନ ସ୍ୱାଇଁ, ଯୁବନେତୃତ୍ୱ ସମାଜ ସେବୀ ଦିବାକର ବଳ, ଆତ୍ମାର ଅଧ୍ୟକ୍ଷା ବିପିନ୍ ଜେନା,ଅରବିନ୍ଦ ସାମଲ,ବିଜେଡ଼ି ବ୍ଲକ୍ ସଭାପତି ଅରବିନ୍ଦ ସାମଲ,ଜିଲ୍ଲାପରିଷଦ ଯଚିନ୍ଦ୍ର ନାୟକ ପ୍ରମୁଖ ବହୁ ନେତ୍ରୁ ମଣ୍ଡଳୀ ଯୋଗ ଦେଇ ଥିଲେ।
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button