ନବବର୍ଷ ପାଇଁ ଚଳଚଞ୍ଚଳ ପାତାଳୀ କ୍ଷେତ୍ର


ଉଲୁଣ୍ଡା ୨/୦୧ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର ରେ ଆଜି ନବବର୍ଷ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭକ୍ତମାନେ ଦର୍ଶନ କରିଛନ୍ତି।ଏହି ଅବସରରେ ଆଜି ମହାପ୍ରଭୁଙ୍କ ଦର୍ଶନ କରିବା ସହ ପାହାଡ଼ ଚଢିବାର ମଜା,ବୁଲିବାର ମଜା, ଭୋଜିଭାତର ଆସର,ବଣଭୋଜି, ଛୋଟ ଛୋଟ ଶିଶୁମାନଙ୍କୁ ପାର୍କ ର ମଜା ଓ ପ୍ରକୃତି ର ମନୋରମ ଉପଭୋଗ ନେଉଥିବାର ଦେଖିବାକୁ ମିଳୁଛି।ଆଜି ନବବର୍ଷ କୁ ସ୍ୱାଗତ ପାଇଁ ପାତାଳୀ କ୍ଷେତ୍ର ରାମାୟଣୀ ଗୋଷ୍ଠୀ ତରଫରୁ ଏକ ଆଧ୍ୟାତ୍ମିକ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନବବର୍ଷ ରେ ଆଜି ପ୍ରବଳ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।ତା ସାଙ୍ଗେ ପାହାଡ ଚଢି ଗୁମ୍ଫାରେ ଥିବା ଶ୍ରୀ ଜଗନ୍ନାଥ ଙ୍କୁ ମଧ୍ୟ ଦିଅଁ ଦର୍ଶନ କରିଥିଲେ।ତା ସଙ୍ଗେ ଠେଙ୍ଗୋ ଡେମ୍ ରେ ମଧ୍ୟ ହରିହର ଜୋର, ପାର୍କ ଆଦି ଦେଖିବା ସହ ସେଠାରେ ମଧ୍ୟ ଭୋଜି ଭାତର ଆସର ଓ ବଣଭୋଜି କରାଯାଇଥିଲା। ପରିବାର ଶୁଖ ଶାନ୍ତି ପାଇଁ ଆଜି ନବବର୍ଷ ରେ ମାଁ ମେଟାକାନୀ ପୀଠ ରେ ମଧ୍ୟ ହଜାର ହଜାର ଭକ୍ତ ଦର୍ଶନ କରିଥିଲେ।ଏହି ଅବସରରେ ବହୁ ଦୂରଦୂରାନ୍ତରୁ ହଜାର ହଜାର ଦର୍ଶକ ଙ୍କ ସମାଗମ ହୋଇଥିଲା ।




