ରାଜ୍ୟ ସ୍ତରୀୟ ସ୍ୱାଧୀନତା ସଂଗ୍ରାମୀ ଦିବସ ମହୋତ୍ସବ ପାଳିତ.


ଭୁବନେଶ୍ୱର, ଆଜି ସ୍ୱାଧୀନତା ସଂଗ୍ରାମୀ ପଡିଆ ଠାରେ ଓଡିଶା ସ୍ୱାଧୀନତା ସଂଗ୍ରାମୀ ସମ୍ୱନ୍ୱୟ ସମିତି ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ସ୍ୱାଧୀନତା ସଂଗ୍ରାମୀ ଦିବସ ପାଳିତ ହୋଇଯାଇଛି. ସାରା ରାଜ୍ୟରୁ ସ୍ୱାଧୀନତା ସଂଗ୍ରାମୀ ଓ ତାଙ୍କ ସମ୍ପର୍କୀୟ ମାନେ ଆସି ଯୋଗଦେଇଥିଲେ. ମାନ୍ୟବର କଟକ ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୃହରି ମହାତବଙ୍କ ନେତୃତ୍ୱରେ ଆୟୋଜିତ ଏହି ସଭାରେ ମାନ୍ୟବର କେନ୍ଦ୍ର ସଂସ୍କୃତି ଓ ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲା ଯୋଗଦେଇ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ହରେକୃଷ୍ଣ ମହାତବଙ୍କ ନାମରେ ଖୁବ ଶୀଘ୍ର କଏନ ପ୍ରକାଶ ପାଇବ ବୋଲି ସୂଚନା ଦେଇଥିଲେ.ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ ଦେବୀ ପ୍ରସାଦ ମିଶ୍ର, ମାନ୍ୟବର ବିଧାୟକ ସୁରେଶ କୁମାର ରାଉତରାୟ, ମାନ୍ୟବର ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ ଘଡେଇ, ଶ୍ରୀ ପ୍ରସନ ଆଚାର୍ଯ୍ୟ, ପୂର୍ବତବ ସାଂସଦ ପ୍ରସନ ପାଟଶାଣିଙ୍କ ଭଳି ବହୁ ଗୁରୁତ୍ୱ ପୁର୍ଣ ବ୍ୟକ୍ତି ମାନେ ଯୋଗଦେଇ ଭାରତର ସ୍ୱାଧୀନତା ପାଇଁ ନିଜ ଜୀବନ ଓ ପରିବାରକୁ ଜଳାଞ୍ଜଳି ଦେଇଥିବା ସ୍ୱାଧୀନତା ସଂଗ୍ରାମୀ ଓ ସେମାନଙ୍କ ପରିବାରକୁ ପ୍ରଶଂସା କରିଥିଲେ ଓ ସମ୍ମାନିତ କରିଥିଲେ. ଏଠାରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ କାର୍ଯ୍ୟକୁ ସମସ୍ତେ ମନେ ପକାଉଛନ୍ତି, ସ୍ୱାଧୀନତା ସଂଗ୍ରାମୀ ଦିବସ ପାଳନ ହେଉଥିବାରୁ ମୁ ବହୁତ ଖୁସି ବୋଲି କହିଛନ୍ତି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲା. ମୁ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପୁଅ ଓ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦୁର୍ଦିନରେ ସମୟ କାଟୁଥିବାରୁ ସେମାନଙ୍କ ପେନସନ ଓ ଭତା ବୃଦ୍ଧି କରିବାକୁ ଦାବି କରିଥିଲେ ଉଚ୍ଚତମ ନ୍ୟାୟାଳୟର ଆଡ଼ଭୋକେଟ ବିଚିତ୍ର ନନ୍ଦ ଦାସ. ସ୍ୱାଧୀନତା ସଂଗ୍ରାମୀ ଦିବସ ପାଳନ ହେଉଥିବାର ଜାଣି ମୁ ବହୁତ ଖୁସି ଓ ଆନନ୍ଦିତ ବୋଲି କହିଛନ୍ତି ନିତ୍ୟାନନ୍ଦ ମିଶ୍ର.
ରିପୋର୍ଟ ଦେବ ପ୍ରସାଦ ମହାନ୍ତି




