ବୌଦ୍ଧ ଜିଲ୍ଲା ବିକାଶ ଗର୍ଜନ ସେନା ତରଫରୁ ବୌଦ୍ଧ ମାଟିର ବିଶିଷ୍ଠ ନାଟ୍ୟକାର ହରିହର ପ୍ରଧାନ ଙ୍କୁ ବୌଦ୍ଧ ସମ୍ମାନ -୨୦୨୪ରେ ସମ୍ମାନୀତ।


ବୌଦ୍ଧ-୦୨/୦୧-(ହୃଦାନନ୍ଦ ମେହେର)-ଓଡ଼ିଶାର ମଧ୍ୟ ଭାଗରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ପ୍ରତିଷ୍ଠା ଦିବସରେ ବୌଦ୍ଧ ଜିଲ୍ଲା ବିକାଶ ଗର୍ଜନ ସେନା ତରଫରୁ ବୌଦ୍ଧ ଦିନ ଭାବରେ ବୌଦ୍ଧ ସହରର ବୁଦ୍ଧ ପାର୍କ ରେ ଭଗଵାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ପ୍ରାଙ୍ଗଣରେ ପାଳିତ ହୋଇଯାଇଛି । ଏହୀ କାର୍ଯ୍ୟକ୍ରମରେ ଗର୍ଜନ ସେନା ସଭାପତି ବାଲ୍ମିକୀ ମହାକୁଡ ସଭାପତିତ୍ବ କରିଥିବା ବେଳେ ବ୍ରଜ ବିହାରୀ ମହାକୁଡ ଅତିଥି ପରିଚୟ ଦେଲେ ଓ ଦେବାଶିଷ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନ କରୁଥିଲେ। ମୁଖ୍ୟ ଅତିଥି ଭାବରେ ବରିଷ୍ଟ ସାମ୍ୱାଦିକ ରଜନୀକାନ୍ତ ଦାସ ଯୋଗ ଦେଇ ଯୁବକ ମାନଙ୍କ ଦ୍ଵାରା ହିଁ ବୌଦ୍ଧ ବିକଶିତ ହେବା ସହ ନିଜର ଐତିହ୍ୟ ସଂସ୍କୃତିକୁ ବଞ୍ଚାଇ ପାରିବେ ବୋଲି ମତ ଦେଲେ। ସମ୍ମାନିତ ଅତିଥି ଭାବେ ନାଟ୍ୟକାର ହରିହର ପ୍ରଧାନ ଯୋଗ ଦେଇ ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ବୌଦ୍ଧର ଅବଦାନ ଅତୁଳନୀୟ ବୋଲି ମତ ଦେଲେ। ବୌଦ୍ଧ ଦିନ ଉପଲକ୍ଷେ ସମଗ୍ର ବୌଦ୍ଧ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଏବଂ ଗ୍ରାମ ମାନଙ୍କରେ ଯୁବ ସଂକଳ୍ପ ଉତ୍ସବ ପାଳନ କରିବା ସହିତ କବିତା ଲିଖନ, ରଚନା ଲିଖନ ଏବଂ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତିତ୍ବ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଗଲା। ନାଟ୍ୟକାର ହରିହର ପ୍ରଧାନଙ୍କୁ ସାହିତ୍ୟ କଳା ସଂସ୍କୃତିରେ ତାଙ୍କର ଅତୁଳନୀୟ ଅବଦାନ । ବୌଦ୍ଧ ସଂମ୍ମାନ ୨୦୨୪ ପ୍ରଦାନ କରାଗଲା। ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ରାହୁଲ୍ ଭୋକ୍ତା, ସାଇଓଁ ଖଡ଼ିରତ୍ନ, ସୁମନ୍ ପାତ୍ର, ବର୍ଷା ହାତୀ, ଲିଲି ସାହୁ, ଚିନ୍ମୟୀ ସେଠୀ, ରିମା ସେଠୀ, ଦେବାର୍ଚ୍ଚନ ପ୍ରଧାନ, ବାଦଲ ସେଠୀ,ସୁପ୍ରିୟା ପ୍ରଧାନ, ତୃପ୍ତି ରେଖା ସାହୁ ପ୍ରମୁଖଙ୍କୁ ସମ୍ମାନୀତ କରାଗଲା।ସିଲୁ ମହାକୁଡ଼, ସୁଶାନ୍ତ ମାଝୀ, ଚନ୍ଦ୍ର ପ୍ରଧାନ ଓ ଦେବାଶିଷ ସେଠୀ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ରାଜେଶ ମେହେର ଧନ୍ୟବାଦ୍ ଅର୍ପଣ କଲେ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡିଶା




