ବୌଦ୍ଧ ମହୋତ୍ସବ ପାଇଁ ଗନ୍ଧରାଢ଼ୀ ପୀଠରୁ ମଶାଲ ଶୋଭଯାତ୍ରା ।


ବୌଦ୍ଧ-୦୨/୦୧-(ହୃଦାନନ୍ଦ ମେହେର)-ବୌଦ୍ଧ ଜିଲ୍ଲା ଐତିହାସିକ ପୀଠ ଗନ୍ଧରାଢ଼ୀରୁ ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ପାଇଁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଗନ୍ଧରାଢ଼ୀ ସ୍ଥିତ ସିଦ୍ଧେଶ୍ୱର ଓ ନୀଳମାଧବ ଠାକୁରଙ୍କ ଠାରେ ପୂଜାର୍ଚ୍ଚନା କରାଯାଇ ମଶାଲ ଜାଳି ମନ୍ଦିର ବେଢା ପରିକ୍ରମା କରାଯାଇଥିଲା l ଏଥିରେ

ଲକ୍ଷ୍ମୀପ୍ରସାଦ ସରପଞ୍ଚ ଭାରତୀ ପୁରୋହିତ ଏବଂ ପୂର୍ବତନ ବୌଦ୍ଧ ବ୍ଲକ ଉପାଧ୍ୟକ୍ଷ ମନରଞ୍ଜନ ପୁରୋହିତ ଯୋଗ ଦେଇ ମଶାଲ ନେଇ ମନ୍ଦିର ବେଢାରୁ ବାହାରିଥିଲେ l ଢୋଲ ନିଶାନ ତାଳରେ ଏହି ଶୋଭାଯାତ୍ରା ବାହାରିଥିବା ବେଳେ ଏଥିରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା l ବୌଦ୍ଧ ବ୍ଲକ ଆଞ୍ଚଳିକ ବ୍ଲକ କଳା ସଂକୃତି ସଙ୍ଘ ଉପ ସଭାପତି ସ୍ୱାଧୀନ ପ୍ରଧାନଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ବୌଦ୍ଧ ବ୍ଲକ ସରପଞ୍ଚ ସଙ୍ଘ ସଭାପତି ଅରୁଣ କୁମାର ବାଘ, ସାମାଜିକ ସୁରକ୍ଷା ଅଧିକାରୀ ଅଶ୍ୱିନୀ କୁମାର ପାଣ୍ଡେ, ଗ୍ରାମପଂଚାୟତ ଉନ୍ନୟନ ଅଧିକାରୀ ବିରଞ୍ଚି ପଣ୍ଡା, ବିପିଏମ ସତ୍ୟପ୍ରିୟ

ବଘାର, ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶରତ କୁମାର ପୁରୋହିତ, ଯୋଗାଣ ସହାୟକ ଚିତ୍ତରଞ୍ଜନ ସାହୁ, ସମସ୍ତ ଗ୍ରାମ ରୋଜଗାର ସେବକ ସହ ପ୍ରମୁଖ ପଞ୍ଚାୟତ କର୍ମଚାରୀ ସାମିଲ ହୋଇଥିଲେ l କାର୍ଯ୍ୟକ୍ରମରେ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସମସ୍ତ ସିଆରପି, ମିଶନ ଶକ୍ତି ମହିଳା, ବୌଦ୍ଧ ପଞ୍ଚାୟତ ସମିତିର କର୍ମଚାରୀ ସାମିଲ ହୋଇ ଶୋଭାଯାତ୍ରାରେ ଯାଇଥିଲେ l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡିଶା




