Entertainment

କଣ୍ଟାମାଳ ବ୍ଲକସ୍ତରୀୟ ଯୁବ ଓଡିଶା, ନବୀନ ଓଡିଶା ଉଦଯାପିତ,

କଣ୍ଟାମାଳ, ତା ୩୦/୧୨: (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆଜି ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଉଦଯାପିତ ହୋଇଯାଇଛି। ଉଦଯାପନୀ କ୍ରୀଡା ଉତ୍ସବରେ ସ୍ଥାନୀୟ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମହିଧର ରଣା ମୁଖ୍ୟଅତିଥି ଭାବେ ଯୋଗଦେଇ କଣ୍ଟାମାଳ ବିଡିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଡବ୍ଲୁଇଓ ଜ୍ୟୋତି ରଂଜନ ବେହେରାଙ୍କ ନେତୃତ୍ଵରେ ପାଞ୍ଚଦିନ ଧରି ଚାଲିଥିବା ବ୍ଲକସ୍ତରୀୟ ଯୁବ ଓଡିଶା ନବୀନ ଓଡିଶା କ୍ରୀଡା ପତାକାକୁ ଅବତରଣ କରିଥିଲେ l କଣ୍ଟାମାଳ ବିଡ଼ିଓ ସାମି ଜୟଶ୍ରୀ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ କ୍ରୀଡା ଉତ୍ସବର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଶ୍ରୀ ରଣାଙ୍କ ସହିତ କଣ୍ଟାମାଳ ତହସିଲଦାର ଶ୍ୱେତପଦ୍ମା ଯୋଶୀ ସମ୍ମାନୀତ

ଅତିଥିଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସଂଗେ ସଂଗେ ବିଜେତା ଦଳ ଓ ଉପ-ବିଜେତା ଦଳକୁ ଟ୍ରଫି ସହ ଚେକ ପ୍ରଦାନ କରିଥିଲେ l ଉକ୍ତ କ୍ରୀଡା ଉତ୍ସବରେ ଖେଳାଯାଇଥିବା କ୍ରିକେଟ, କବାଡି, ଫୁଟବଲ, ଭଲିବଲ, ଖୋଖୋ ଆଦି ଅନେକ ଖେଳର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ବ୍ଲକସ୍ତରୀୟ କ୍ରୀଡାର ଚମ୍ପିଆନ ଦଳ ସିଧାସଳଖ ଜିଲ୍ଲାସ୍ତରୀୟ କ୍ରିଡା ପ୍ରତିଯୋଗୀତା ପାଇଁ ଯୋଗ୍ୟତା ହାସଲ କରିଥିବା ସ୍ଥଳେ ପ୍ରତି ଖେଳର ଭଲ ଖେଳାଳି ଜିଲ୍ଲାସ୍ତର କ୍ରୀଡ଼ାକୁ ମନୋନୀତ କରାଯିବା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦେଇଥିଲେ l ଗତ ଡିସେମ୍ବର ୨୬ତାରିଖରୁ ଚାଲିଥିବା ଏହି ବ୍ଲକସ୍ତରୀୟ ନୂଆ -ଓ କ୍ରୀଡା ପ୍ରତିଯୋଗିତାକୁ ପଲସାଗୋରା ହାଇସ୍କୁଲର ଖେଳଶିକ୍ଷକ ଅରୁଣ ଖଟୁଆ ଓ ସାଥି ଖେଳ ପରିଚାଳନା କରିଥିବା ସ୍ଥଳେ ପଞ୍ଚାୟତ ସମିତି କଣ୍ଟାମାଳର ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟ ମହନ୍ତ, ବିଏସଏସଓ ସୂର୍ଯ୍ୟନାରାୟଣ ଦାସ, ସମସ୍ତ ପିଇଓ ଏବଂ ଜିଆରଏସ, ଯୋଗାଣ ସହାୟକ, ଡିଇଓଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

କଣ୍ଟମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button