Entertainment
୨୦୦୭ ମ୍ୟାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ


କଣ୍ଟାମାଳ,୩୧/୧୨/୨୩ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ାସ୍ଥିତ ସମଲେଶ୍ଵରୀ ହାଇ ସ୍କୁଲର ୨୦୦୭ ମ୍ୟାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ସାଡେଙ୍ଗଘାଟିର ଖଡ଼ଙ୍ଗ ନଦୀକୂଳରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅଜୟ ମହାପାତ୍ରଙ୍କ ନେତୃତ୍ଵରେ ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ କରୁଣା କର ଦେହୁରୀ, କାର୍ତ୍ତିକ ଚୂହାନ, ଅନନ୍ତ ସାହୁ, ସୁଦର୍ଶନ ନାଏକ, ସତ୍ୟ ରଣା , ରସରାଜ ସେନାପତି ପ୍ରମୁଖ ଉପସ୍ଥିତ ରହି ପୁରାତନ ବିଷୟରେ ଆଲୋଚନା ପରେ ନିଜ ହାଇସ୍କୁଲର ମୋ ସ୍କୁଲ ଅଭିଯାନ ଫଣ୍ଡକୁ ପାଞ୍ଚହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନେଇଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।




