Entertainment

ଏହି ସଂସାର ର ନୀତି ବଡ଼ ବିଚିତ୍ର ।ଚାହୁଁ ଚାହୁଁ ଦିନ ପରେ ଦିନ ଓ ବର୍ଷ ପରେ ବର୍ଷ ଚାଲି ଯାଉଛି ।ବର୍ଷ ର ପ୍ରଥମ ଦିନ କୁ ନୂଆ ବର୍ଷ ଓ ଶେଷ ଦିନ କୁ ପୁରୁଣା ବର୍ଷର ଅlଖ୍ୟା ମିଳୁଛି

ଏହି ସଂସାର ର ନୀତି ବଡ଼ ବିଚିତ୍ର ।ଚାହୁଁ ଚାହୁଁ ଦିନ ପରେ ଦିନ ଓ ବର୍ଷ ପରେ ବର୍ଷ ଚାଲି ଯାଉଛି ।ବର୍ଷ ର ପ୍ରଥମ ଦିନ କୁ ନୂଆ ବର୍ଷ ଓ ଶେଷ ଦିନ କୁ ପୁରୁଣା ବର୍ଷର ଅlଖ୍ୟା ମିଳୁଛି । କିଛି ଦିନ ପରି ମନେ ହେଉଛି ପିଲା ଦିନର ଲଙ୍ଗଳା ବେଶ,ଧୂଳି ମାଟି ଖେଳ ,ବ୍ୟାଗ କୁ କାନ୍ଧରେ ଗଳାଇ ସ୍କୁଲ କୁ ଯିବା ଓ ମାଡ଼ ଖାଇବାର ମଜ୍ଜା ।ପୁଅ ଝିଅ ସେତେବେଳେ ସମସ୍ତେ ସମାନ ।ଆମ୍ବ ଓ ଖଟା ଟିକିଏ ପାଇଁ ଝଗଡ଼ା ।କିନ୍ତୁ ଆଜି ସେ ସବୁ ମନେ ପକାଇଲେ ବହୁତ ଦୁଃଖ ଲାଗୁଛି ।ବୟସ ବୃଦ୍ଧି ହେବା ସହିତ ,କାଗଜ ଟଙ୍କା ପଛରେ ଗୋଡ଼ାଇ ଗୋଡ଼ାଇ ସବୁ କିଛି ଭୁଲି ଯାଇଛେ । ସମୟ ଅଭାବ ଓ ଧନ ରୋଜଗାର ପାଇଁ ସମ୍ପର୍କ, ସୁଖ ,ସ୍ନେହ ,ପରିବାର ଏପରିକି ଜନ୍ମ ଦେଇଥିବା ବାପା ଓ ମାଆ କୁ ମଧ୍ୟ ହତାଦର କରି ହରେଇ ସାରିଛେ ।ନିଜ ଜୀବନ ର ସୁଖ ଓ ଶାନ୍ତି କୁ ଏହି ଟଙ୍କା ପାଇଁ କଷ୍ଟ ଓ ଦୁଃଖ ରେ ପରିଣତ କରି ସାରିଛେ ।ଜୀବନରେ ଗୋଟିଏ ନିଆଁ ଆମର ଜଳିଛି ।କେବଳ ଆଉ ଗୋଟିଏ ନିଆଁ ବlକି ରହିଛି ।ସେଥିପାଇଁ ଜୀବନର ଦୁଇ ନିଆଁ, ଏନ୍ତୁଡ଼ି ନିଆଁ ଓ ଜୁଇର ନିଆଁ ଯୋଗୁଁ ଦୁନିଆ ଶବ୍ଦ ର ସୃଷ୍ଟି ।ଜୀବନର ପୁରୁଣା ବର୍ଷ ପରି କେଉଁ ମୁହୂର୍ତ୍ତରେ ଏ ଜୀବନଟା ବି ଚାଲିଯିବ ।କେବଳ ରହିଯିବ ” ଆହାଃ ” ଓ ” ଛି ” ଏଣୁ ଜୀବନ ରେ କିଛି ଭଲ କାମ କରି ଚାଲନ୍ତୁ । 

କାର୍ତିକ ଚନ୍ଦ୍ର ରାଉତ ବଡ଼ଚଣା ସମର୍ଥ ନୀୟୁଜ୍ 

Related Articles

Back to top button