ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାରର 91ବ୍ୟାଚର ବନ୍ଧୁ ମିଳନ.


ଭୁବନେଶ୍ୱର ଆଜି ବାଣୀବିହାର 91 ବ୍ୟାଚର ପାସ ଆଉଟ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଏକ ବନ୍ଧୁ ମିଳନ ଶୀତଳ ହୋଟେଲରେ ଅନୁଷ୍ଠିତ ହୋଇ ଯାଇଛି.91ବ୍ୟାଚ ପିଜି ପାସ ଆଉଟ ପ୍ରତିବର୍ଷ ବର୍ଷର ଶେଷ ରବିବାର ବନ୍ଧୁ ମିଳନ ଆଜକୁ 9ବର୍ଷ ହେଲା କରିଆସୁଛନ୍ତି.ବ୍ୟସ୍ତ ବହୁଳ ଜୀବନ ଭିତରେ ବର୍ଷକୁ ଥରେ ପୁରୁଣା ବନ୍ଧୁ ମାନଙ୍କୁ ଏକାଠି କରି ଭାବର ଆଦାନ ପ୍ରଦାନ କରିଆସୁଛୁ, ପୁରୁଣା ସାଙ୍ଗ ମାନେ ଏକାଠି ହେଲେ ଆତ୍ମାର ଶାନ୍ତି ଓ ଖିସି ମିଳିବା ସହ ଆୟୁଷ ମଧ୍ୟ ବଢେ ବୋଲି କହିଛନ୍ତି ଆୟୋଜକ ତଥା ଆଲୁମିନି ମିଟ ସଭାପତି ରାଜେନ୍ଦ୍ର ପଣ୍ଡା. ଆମେ ପ୍ରତିବର୍ଷ ସାଙ୍ଗ ମାନେ ଏକାଠି ହୋଇ ଖୁବ ମଜା କରୁ, ଗୀତ ଗାଉ, ନାଚୁ, ନିଜକୁ ଭୁଲିଯାଉ, ଆମେ ନିଜକୁ ଏତେ ବୟସର ବୋଲି ଜାଣିପାରୁନାହୁଁ ବୋଲି ବଡ଼ ଆନନ୍ଦରେ ପ୍ରକାଶ କରିଛନ୍ତି ଆଲୁମିନି ମିଟ ସମ୍ପାଦିକା ହରପ୍ରିୟା ମହାପାତ୍ର. ସାଙ୍ଗ ସାଥି ମାନଙ୍କ ସହ ମିଶିଲେ ଆମ ଷ୍ଟ୍ରେସ କମିଯାଏ, ବ୍ୟସ୍ତ ବହୁଳ ଜୀବନ ଭିତରୁ ବାହାରି ଥରେ ଖୁସି କରିବା ସହ ସୋସାଇଟି ପାଇଁ କିଛି ସମୟ ଦେବାକୁ ଆଗ୍ରହ ବଢେ ବୋଲି କହିଛନ୍ତି ରାଜଶ୍ରୀ ଉପାଧ୍ୟାୟ. ପ୍ରଥମ ଥର ଯୋଗଦେଇ ମୁ ବହୁତ ଖୁସି, ସାଙ୍ଗ ସାଥି ମାନଙ୍କ ସହ ମିଶି ନିଜ ପାଇଁ ଓ ସମାଜ ପାଇଁ କିଛି କରିବାକୁ ଇଛା ବୋଲି କହିଛନ୍ତି ସ୍ଵର୍ଣଲତା ସାହୁ.

ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




