Entertainment

ଜିଲ୍ଲା କଲଚରାଲ ଏକାଡେମୀର କବିତା ପାଠୋତ୍ସବ।

 

ବୌଦ୍ଧ-୩୧/୧୨-(ହୃଦାନନ୍ଦ ମେହେର)-ବୌଦ୍ଧ ମହାନଦୀ ବ୍ରିଜ ଛକ ନିକଟସ୍ଥ ଟୁଟୁସିଙ୍ଗା ପଂଚାୟତ ଉଚ୍ଚବିଦ୍ୟାଳୟ ପରିସରରେ ଜିଲ୍ଲା କଲଚରାଲ ଏକାଡେମୀର କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଏକାଡେମୀର ଉପସଭାପତି ଶିଶୁ ସାହିତ୍ୟିକ,ସ୍ତମ୍ଭକାର ଧ୍ରୁବଚରଣ ଘିବେଲା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ବରିଷ୍ଠ ଅଧିବକ୍ତା ସୁଧୀର କୁମାର କର୍ଣ୍ଣ,ସମ୍ମାନୀତ ଅତିଥି ବରିଷ୍ଠ ଅଧିବକ୍ତା ସାକ୍ଷୀଗୋପାଳ ପ୍ରଧାନ, ରୋମାଣ୍ଟିକ କବି କିଶୋର ଚନ୍ଦ୍ର ମିଶ୍ର ଓ ରମେଶ ପ୍ରସାଦ ମେହେର ଏକାଡେମୀର ବିଗତ ଦିନର କାର୍ଯ୍ୟକଳାପକୁ ସ୍ମରଣ କରିବା ସହିତ ସମାଜରେ ସାହିତ୍ୟର ଭୂମିକା ବିଷୟରେ ଆଲୋଚନା କରିଥିଲେ l ଯୁବ କବି ଚିତ୍ତରଞ୍ଜନ ବେହେରା କବିତା ଅ।ସରକୁ ସଂଯୋଜନା କରିଥିଲେ l କବି ଦେବାର୍ଚ୍ଚନ ମେହେର, ସୁଜ୍ଞ।ନ ବାଘ,ହୃଦାନନ୍ଦ ମେହେର, ଚିତ୍ତରଞ୍ଜନ ବେହେରା, ରାଧାମୋହନ ମହାରଣା, ଶୁକଦେବ ପ୍ରଧାନ, ରାଜକୁମାର ପ୍ରଧାନ ପ୍ରମୁଖ ନିଜ ନିଜର କବିତା ପାଠ କରିଥିଲେ l ଏକାଡେମୀର ବରିଷ୍ଠ ସଦସ୍ୟ ସତ୍ୟନାରାୟଣ ଦେହୁରୀ ଧନ୍ୟବାଦ ଦେଇଥିଲେ l ପ୍ରକାଶ ଥାଉକି

ଆସନ୍ତା ତା 21/1/24ରିଖ ରେ ଜିଲ୍ଲା କଲଚରାଲ ଏକାଡେମୀର ବାର୍ଷିକ ଉତ୍ସବ ପାଳନ କରାଯିବ ଏବଂ ପ୍ରତି ମାସର ଶେଷ ରବିବାର ଦିନ ଉକ୍ତ ସ୍ଥାନରେ କବିତା ପାଠୋତ୍ସବ କରାଯିବା ପାଇଁ ସ୍ଥିର କରାଯାଇଛି l ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସାହିତ୍ୟ ପ୍ରେମୀ ସଜ୍ଜନ ତଥା କବି ବନ୍ଧୁ ମାନଙ୍କୁ ଏକାଡେମୀ ତରଫରୁ ଅନୁରୋଧ କରାଯାଇଛି ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡିଶା

Related Articles

Back to top button