ଆମ ସଂକଳ୍ପ ବିକଶିତ ଭାରତ ରଥକୁ ଶିମିଳିପଦର ଓ ଖଟଖଟିଆଠାରେ ଭବ୍ୟ ସ୍ୱାଗତ


କଣ୍ଟାମାଳ, ୩୦/୧୨/୨୦୨୩ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଶିମିଳିପଦରଠାରେ ଆମସଙ୍କଳ୍ପ ବିକଶିତ ଭାରତ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ସାର୍ଦୁଲ ନାଗଙ୍କ ନେତୃତ୍ୱରେ ରଥକୁ ଭବ୍ୟ ସ୍ୱାଗତ କରି ପଂଚାୟତକୁ

ନିଆଯାଇଥିଲା ।କେନ୍ଦ୍ରସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଓ ସେଗୁଡିକ କିଭଳି ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେବ ସେ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା । ୨୦୪୭ ମସିହା ସୁଦ୍ଧା ଭାରତକୁ ବିକଶିତ ଏକ ଆତ୍ମନିର୍ଭରଶୀଳ ରାଷ୍ଟ୍ରନିର୍ମାଣ ସ୍ୱପକୁ ସାକାର କରିବାକୁ ହେବ !ଗୋଲାମୀର ମାନସିକତାକୁ

ମୂଳଉତ୍ପାଟନକରିବା ଦେଶର ସମୃଦ୍ଧ ଐତିହକୁନେଇ ଆମେ ଗର୍ବିତ ହେବା, ଭାରତର ଏକତାକୁ ମଜଭୁତ କରିବା ଓ ଦେଶକୁ ସୁରକ୍ଷା ଦେଇଥିବା ବ୍ୟକ୍ତିକୁ ସମ୍ମାନ ଦେବା,ଭାରତର ନାଗରିକ ଭାବେ ନିଜର କର୍ତ୍ତବ୍ୟ ପାଳନ କରିବା ଉପରେ ସାମୁହିକ ଶପଥ ପାଠ କରାଯାଇଥିଲା! ଏହିଯାତ୍ରାରେ ପଂଚାୟତ ନିର୍ବାହୀ ଅଧିକାରୀ ଟିକଲାଲ ମାଝୀ ,ଜିଆରଏସ ମହେନ୍ଦ୍ର କୁମାର ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ,ନବୀନ ମହାପାତ୍ର, ପଂଚାୟତର ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ସିଆରପି,ୱାଡସଭ୍ୟସଭ୍ୟା, ସ୍ଵଂୟ ସହାୟକ ଗୋଷ୍ଟିର ସଦସ୍ୟାମାନେ ଉପସ୍ଥିତ ଥିଲେ।ପଂଚାୟତ କର୍ମଚାରୀମାନେ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।ଏହିଯାତ୍ରାରେ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବୀରେନ୍ଦ୍ର କୁମାର ରଥ, ରମାନାଥ ସାହୁ, ମଞ୍ଜରୀ ମେହେର, ବସନ୍ତ ବାଘ, ଅର୍ଜୁନ ମହାନନ୍ଦ, ମହେନ୍ଦ୍ର ବେହେରା, ଅବନ୍ତୀ ସାହୁ, ପ୍ରତିମା ତରାଇ ଯୋଗଦେଇ , ସୁଗର, ବିପି, ଏଚଆଇଭି, ଏଚବି, ମେଲେରିଆ ଆଦିର ରକ୍ତ ପରୀକ୍ଷା କରାଯାଇଥିଲା।ସେହିପରି ଖଟଖଟିଆ ଗ୍ରାମପଞ୍ଚାୟତ ସରପଞ୍ଚ ଅରବିନ୍ଦ ପାଣ୍ଡେଙ୍କ ନେତୃତ୍ୱରେ ଶିବମନ୍ଦିରଠାରେ ବିକଶିତ ଭାରତରଥକୁ ସ୍ୱାଗତ କରି ପଞ୍ଚାୟତ କାର୍ଯାଲୟକୁ ନିଆଯାଇ ଥିଲା!ଏହିଯାତ୍ରା ରେ ପଂଚାୟତ ନିର୍ବାହୀ ଅଧିକାରୀ ଅନନ୍ତ କୁମାର ବେହେରା, ଜିଆରଏସ ଉଜ୍ୱଳ କୁମାର ଅଗ୍ରୱାଲ, ରାଜ୍ୟ ବିଜେପି କାର୍ଯ୍ୟ କାରିଣୀ ସଦସ୍ୟ କହେଁଇ ଚରଣ ଡାଙ୍ଗ,ମଣ୍ଡଳ ସଭାପତି ନିରଞ୍ଜନ କର୍ଣ୍ଣ,ଅଟଳ ପଧାନ,ସ୍ବେଛାସେବୀ ବିଜିତ କୁମାର ପ୍ରଧାନ, ପୂର୍ଣ୍ଣାନନ୍ଦ ସାହୁ, ପଂଚାୟତର ଆଶାକର୍ମୀ ଅଙ୍ଗନବାଡି କର୍ମୀ, ଏମବିକେ, ସିଆରପି, ୱାର୍ଡ ସଭ୍ୟସଭ୍ୟା,ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା ଓ ଜନ ସାଧାରଣ ଉପସ୍ଥିତ ଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




