ଆମ ସଂକଳ୍ପ ବିକଶିତ ଭାରତ ରଥକୁ ଢେଙ୍କାନାଳ ଜିଲ୍ଲା ଖଙ୍କିରା ଗ୍ରାମ ରେ ସ୍ୱାଗତ


ଗନ୍ଦିଆ:୩୦/୧୨/୨୦୨୩:(ମନୋରଞ୍ଜନ ମହାପାତ୍ର) ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଅନ୍ତର୍ଗତ ଖଙ୍କୀରା ଗ୍ରାମ ଠାରେ ଆମ ସଙ୍କଳ୍ପ ବିକଶିତ ଭାରତ ଯାତ୍ରାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି! ଖଙ୍କିରା ଗ୍ରାମ ଆରମ୍ଭ ରୁ ଭାରତୀୟ ଜନତା ପାର୍ଟି ର କର୍ମୀ ମାନେ ଉକ୍ତ ରଥକୁ ସ୍ୱାଗତ କରି କଲ୍ୟାଣ ଗ୍ରାମ ର ମଧ୍ୟ ସ୍ଥଳୀ ରେ ସେଠାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରି ଯୋଜନାର ସୁଫଳ କିଭଳି ଲୋକଙ୍କପାଖରେ ପହଂଚିବ ସେସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା ଓ ୨୦୪୭ ମସିହା ସୁଦ୍ଧା ଭାରତକୁ ବିକଶିତ ଏକ ଆତ୍ମନିର୍ଭର ଶିଳ ରାଷ୍ଟ୍ରନିର୍ମାଣ ସ୍ୱପ୍ନକୁ ସାକାର କରିବାକୁ କୁହାଯାଇଥିଲା। ଗୋଲାମୀର ମାନସିକତାକୁ ମୂଳୋତ୍ପାଟନ କରିବା, ଦେଶର ସମୃଦ୍ଧ ଐତିହକୁ ନେଇ ଆମେ ଗର୍ବିତ ହେବା, ଭାରତର ଏକତାକୁ ମଜଭୁତ କରିବା ଓ ଦେଶକୁ ସୁରକ୍ଷା ଦେଇଥିବା ବ୍ୟକ୍ତିକୁ ସମ୍ମାନ ଦେବା,ଭାରତର ନାଗରିକ ଭାବେ ନିଜର କର୍ତ୍ତବ୍ୟ ପାଳନ କରିବା ଉପରେ ସାମୁହିକ ଶପଥ ପାଠ କରାଯାଇଥିଲା ।ଏହି ଯାତ୍ରାରେ ଗ୍ରାମପଞ୍ଚାୟତ ଜନସାଧାରଣ ,ଅଙ୍ଗନବାଡି କର୍ମୀ ମାନେ , ପଂଚାୟତର ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସିଆରପି,ୱାର୍ଡ ସଭ୍ୟସଭ୍ୟା, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ରହିଥିଲେ ।ପଂଚାୟତର କର୍ମଚାରିମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଗନ୍ଦିଆ ରୁ ମନୋରଞ୍ଜନ ମହାପାତ୍ର ଙ୍କ ରିପୋର୍ଟ ସମର୍ଥ ନିୟୁଜ




