ଡାଇନାମିକ୍ କୋଚିଙ୍ଗ ସେଣ୍ଟର୍ ରେ ଡାଇନାମିକ ପ୍ରତିଭା ସମ୍ମାନ ସମାରୋହ !

ତିର୍ତ୍ତୋଲ ::– ଡିଜିଟାଲ ଯୁଗରେ ଶିକ୍ଷାର ତରିକା ବଦଳି ବଦଳି ଯାଉଛି !କେବଳ ଶିକ୍ଷାଦାନ ଯଥେଷ୍ଟ ନୁହେଁ ଜଣେ ଛାତ୍ରଛାତ୍ରୀ ଙ୍କ ଜୀବନକୁ ବୌଦ୍ଦିକ, ସାମାଜିକ, ଆଧ୍ୟାତ୍ମିକ, ଓ ଶାରୀରିକ ବିକାଶ କ୍ଷେତ୍ରରେ ସହାୟକ ହୋଇପାରିବ !ଶିକ୍ଷାଦାନ ସହିତ ପିଲାମାନଙ୍କୁ ଭଲ ସଂସ୍କାର ସହିତ ଆଦର୍ଶମଣିଷ ଭାବରେ ଗଢି ତୋଳିବା ପାଇଁ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅଧିନ ବିରିତୋଳ ଗ୍ରାମ ସ୍ଥିତ “ଡାଇନାମିକ କୋଚିଙ୍ଗ ସେଣ୍ଟର୍”ଏକ ନିଆରା ପ୍ରୟାସ କରିଥିବାର ଦେଖିବାକୁ ମିଳିଛି।ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ତିର୍ତ୍ତୋଲ ବ୍ଲକ ସହ ଶିକ୍ଷାଅଧିକାରୀ ମନୋଜ କୁମାର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏଠାରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦ୍ଵାରା ପ୍ରତିଦିନ ଶିକ୍ଷାଦାନ ସହିତ ବୌଦ୍ଧିକ ଓ ସାଂସ୍କୃତିକ ଶିକ୍ଷା ପ୍ରଦାନ କରାଯାଉଥିବା ବେଳେ ଶିକ୍ଷାର୍ଥୀଙ୍କ ଜୀବନଶୈଳୀ କୁ ନୂଆ ଦିଗନ୍ତ ଦେବାରେ ସହାୟକ ହୋଇପାରିଛି !ଏଥିପାଇଁ ଆୟୋଜିତ ହୋଇଯାଇଛି ଏକ ପ୍ରତିଭା ସମ୍ମାନ ଉତ୍ସବ! ଯୋଉ ଉତ୍ସବ ରେ ଶାରଳା ସଂସ୍କୃତି ଗବେଷକ ଶ୍ରୀଯୁକ୍ତ ରମାକାନ୍ତ ରାଉଳ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚାଭିଳାଷୀ ଓ ସଂସ୍କୃତି ସମ୍ପନ୍ନ ହେବାକୁ ଉତ୍ସାହିତ କରିଥିଲେ ! କୋଚିଂ ସେଣ୍ଟର ତରଫରୁ ପାରଦର୍ଶୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦଶମ ଶ୍ରେଣୀର ପ୍ରିୟଙ୍କା ଦାସ , ବିନାୟକ ଦାଶ, ନବମ ଶ୍ରେଣୀର ଅର୍ପିତା ଦାସ , ଅଷ୍ଟମ ଶ୍ରେଣୀର ସୁଶ୍ରୀ ସୂଚୀସ୍ମିତା ସ୍ୱାଇଁ , ୭ମ ଶ୍ରେଣୀର ସତ୍ୟରଞ୍ଜନ ଓଝା , ୬ଷ୍ଠ ଶ୍ରେଣୀ ର ଅଲିଶା ପ୍ରିୟଦର୍ଶିନୀ ବିଶ୍ୱାଳ, ୫ମ ଶ୍ରେଣୀର ମହମ୍ମଦ ତମଜିଦ୍ ଅଖତର ୪ର୍ଥ ଶ୍ରେଣୀର ଶୁଭଙ୍କର ଜେନା ୩ୟଶ୍ରେଣୀ ର ସାଇବୁଦ୍ଧ ମହାନ୍ତି ,୨ୟଶ୍ରେଣୀର ସ୍ଵାଧୀନ ବେହେରା ଓ ୧ମ ଶ୍ରେଣୀର ଆରାଧ୍ୟା ମହାରଣାଙ୍କୁ ପ୍ରଶଂସାପତ୍ର ସହିତ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ନରୋତ୍ତମ ଭୂୟାଁ , ପ୍ରଶାନ୍ତ କୁମାର ଦାଶ, ସୋନାଲି ସୁଚିଶ୍ମିତା ବ୍ରହ୍ମ ଓ ସୌଭାଗିନି ପରିଡ଼ା ଙ୍କ ସମେତ ସମସ୍ତ ଅଭିଭାବକ ଓ ଗ୍ରାମବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




