ଘଣ୍ଟାପଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ,ଯୁବ ଓଡ଼ିଶା,ନବୀନ ଓଡ଼ିଶାର ସାଂସ୍କୃତିକ କାର୍ଯ୍ୟକ୍ରମ


କଣ୍ଟମାନ, ୨୪ /୧୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଟିକେଏସଏମଆରଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ଓଡ଼ିଶା ନବୀନ ଓଡ଼ିଶାର ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ନୂଆଁ ଓଡ଼ିଶା, ଯୁବ ଓଡ଼ିଶା ଯୁବ ଓଡ଼ିଶା ନବୀନ ଓଡ଼ିଶାର ସମନ୍ଵିତ ଯୁବ ବିକାଶ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ଅଧ୍ୟକ୍ଷ ତଥା ପ୍ରୋଗ୍ରାମ ଚେୟାରମେନ ପରମାନନ୍ଦ ଡାଙ୍ଗଙ୍କ ତତ୍ତ୍ଵାବଧାନରେ ନୋଡାଲ ଅଫିସର ଅଧ୍ୟାପକ ପରେଶ କୁମାର ସାହୁ ଓ ସହଯୋଗୀ କର୍ମଚାରୀ ଅଶୋକ କୁମାର ଦେହୁରୀଙ୍କ ପରିଚାଳନାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ୩ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ୩ ଦିନ ଧରି ଚାଲିଥିବା ଉକ୍ତ କାର୍ଯ୍ୟକ୍ରମରେ ନାଚ, ଗୀତ, ଏକକ ଅଭିନୟ, ଚେତନା ଧର୍ମୀ ଏକାଙ୍କିକା, ଓଡ଼ିଆ ଓ ଇଂରାଜୀରେ କୁଇଜ,ରଚନା, ଡିବେଟ, ରଂଗୋଲି ,ମେହେନ୍ଦି, ଗ୍ରୁପ ଡ୍ୟାନ୍ସ ଆଦିର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି।କୃତି ଛାତ୍ରୀଛାତ୍ରଙ୍କୁ ଉଦଯାପନୀ ଉତ୍ସବରେ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯିବ ା ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ସହଯୋଗ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




