କଣ୍ଟାମାଳ ବ୍ଳକ କଂଗ୍ରେସ କାର୍ଯ୍ୟାଳୟରେ ୧୩୯ତମ ପ୍ରତିଷ୍ଠା ଦିବସ ପାଳିତ


କଣ୍ଟାମାଳ, ୨୮/୧୨: (ପ୍ରଭାତ କୁମାର ସାହୁ ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ କଂଗ୍ରେସ ତରଫରୁ ବ୍ଳକ କାର୍ଯ୍ୟାଳୟରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୩୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଦଳର ବୌଦ୍ଧ ଜିଲ୍ଲା ପ୍ରଭାରୀ ବିଳାସିନୀ ନାୟକ ଯୋଗ ଦେଇ କଂଗ୍ରେସର ଦଳୀୟ ପତକା ଉତ୍ତୋଳନ କରିଥିଲେ।ପରେ ବୈଠକରେ ବ୍ଳକର ସମସ୍ତ କର୍ମୀ କଂଗ୍ରେସ ଦଳର ବିଜୟ ପାଇଁ ବୁଥ ସ୍ତରରୁ କର୍ମୀ ସଂଗ୍ରହ ଓ ରାଜ୍ୟର ବିଜେଡି ସରକାର ଓ କେନ୍ଦ୍ରର ବିଜେପି ସରକାରଙ୍କ ଜନହିତକାର କାର୍ଯ୍ୟକୁ ବାଟମାରଣା ଉପରେ ବକ୍ତବ୍ଯ ରଖିଥିଲେ ଏବଂ ରାଜ୍ୟ ଓ କେନ୍ଦ୍ରରେ କିପରି କଂଗ୍ରେସ ବିଜୟୀ ହେବ ଉପସ୍ଥିତ ସମସ୍ତ କର୍ମୀଙ୍କୁ କର୍ଣ୍ଣମନ୍ତ୍ର ଦେଇଥିଲେ ।ବ୍ଳକ କଂଗ୍ରେସ ସଭାପତି ସୁଶାନ୍ତ ମଲିକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ
ପ୍ରଦେଶ କଂଗ୍ରେସ ସଦସ୍ୟ ପ୍ରଶାନ୍ତ କୁମାର ସାହୁ,ବ୍ଲକ ଉପସଭାପତି ଗୋପ ରଣା,ମୁଖ୍ୟ ପ୍ରବକ୍ତା କେଶବ ଚନ୍ଦ୍ର ଖେତି,ବ୍ଲକ ସମ୍ପାଦକ ଉଗ୍ରସେନ ପଟ୍ଟନାୟକ,ନିତ୍ୟାନନ୍ଦ କର୍ମୀ,ଗୋବର୍ଦ୍ଧନ ରଣା, ସୁନାଧର ପଟେଲ , ସରୋଜ ସାହୁ, ପବିତ୍ର ରଣା ସନ୍ତୋଷ ତାଣ୍ଡି, ସୁକଦେବ ମଙ୍ଗରାଜ ,ବିଶ୍ଵାମିତ୍ର ପାଢ଼ୀ ,ପ୍ରତାପ ମାହାର, ଗରିବ ପ୍ରଧାନ, ହୃଦାନନ୍ଦ କହଁର ,ତ୍ରିଲୋଚନ ରାଉତ ସୁଦାମ କୁମ୍ଭାର ପ୍ରମୁଖ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ। ଶେଷରେ ବ୍ଳକ ସଂପାଦକ ଉଗ୍ରେସନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




