Politics

ଭତ୍ତା ହିତାଧିକାରୀଙ୍କ ଜନସମାବେଶ

ହରଭଙ୍ଗା 28/12(ଆପ୍ର ) ହରଭଙ୍ଗା ବ୍ଳକ ସଂକୁଳେଇ ପଞ୍ଚାୟତ ରାଉତପଡା ଠାରେ ଗୁରୁବାର ଦିନ ଜିଲ୍ଲା ଭତ୍ତାଧାରୀ ମହାସଙ୍ଘ ର ଆହ୍ୱାନ କ୍ରମେ ଜିଲ୍ଲା ସଭାପତି ଇଂ ବିକାଶ ମହାକୁଳ ଙ୍କ ଅଧକ୍ଷତା ରେ ଅଞ୍ଚଳ ର ଅସହାୟ, ବୃଦ୍ଧ, ବୃଦ୍ଧା, ବିକଳାଙ୍ଗ, ବିଧବା ଆଦି ଭତ୍ତା ହିତାଧିକାରୀଙ୍କୁ ନେଇ ଏକ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଜନସମାବେଶ ରେ ବର୍ତମାନ ଭତ୍ତା ରୁ ବଞ୍ଚିତ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଓଡିଶା ସରକାର ହିତାଧିକାରୀ ଙ୍କୁ 500ଶହ ରୁ 700ଟଙ୍କା ମାସିକ ଦେଉଥିବା ଏବଂ ଅନ୍ୟ ରାଜ୍ୟ ତୁଳନା ରେ ବହୁତ କମ ଟଙ୍କା ପ୍ରଦାନ କରୁଥିବା ହେତୁ ତାର ପ୍ରତିବାଦ ରେ ଉକ୍ତ ଜନସମାବେଶ ମୂଳ ଲକ୍ଷ୍ୟ ଏବଂ ତୁରନ୍ତ ହିତାଧିକାରୀଙ୍କୁ ଭତା ବୃଦ୍ଧି କରିବା ପାଇଁ ଆଗାମୀ ଦିନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଆଗରେ ଧାରଣା ଦିଆଯିବ ବୋଲି ଭତାହିତାଧିକାରୀ ସଙ୍ଘ ର ସଭାପତି ବିକାଶ ମହାକୁଳ ସୂଚନା ଦେଇଛନ୍ତି l ଏହି ଜନ ସମାବେଶ ରେ ବ୍ଲକର ସଂକୁଳେଇ, ହରଭଙ୍ଗା, କୁସଙ୍ଗ, ଛତ୍ରଙ୍ଗ, ଏବଂ ମହାଳିକ ପଡା ପଞ୍ଚାୟତ ଶତାଧିକ ଭତ୍ତା ହିତାଧିକାରୀ ମାନେ ଯୋଗ ଦେଇଥିଲେ l ହରଭଙ୍ଗା ରୁ ଚିତ୍ତ ରଞ୍ଜନ ସିଂ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button