Politics

ଭୁବନରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ, ରକ୍ତଦାନ ସହ ଶତାଧିକ ବିଜେପି ଏବଂ କଂଗ୍ରେସ କର୍ମୀ ବିଜେଡିରେ ସାମିଲ

 

 

26ରେ ବିଜୁ ଜନତା ଦଳ ପାଳନ କରିଛି 27ତମ ପ୍ରତଷ୍ଠା ଦିବସ ।ଓଡିଶାର ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଏହି ବିଜୁ ଜନତାଦଳ । ଦଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରିବା ସହିତ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ମାନ୍ୟବର ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ମାନ୍ୟବର ସାଂସଦ ମହେଶ ସାହୁ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଭୁବନ NAC ନଗରପାଳ ଶୁଭେନ୍ଦୁ ସାହୁ ଙ୍କ ନେତୃତ୍ୱରେ ଭୁବନ ଘରୋଇ ମୋଟର ଚାଳକ ସଂଘର ସଭାପତି ନିରଞ୍ଜନ ପୃଷ୍ଟି ଙ୍କ ସହଯୋଗରେ ବିଜୁ ଜନତାଦଳ ରେ ଯୋଗଦାନ କରିଛନ୍ତି।

ଆଜି ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟର ପ୍ରତିଟି ଜିଲ୍ଲା, ନିର୍ବାଚନ ମଣ୍ଡଳୀ ଓ ପଞ୍ଚାୟତ ସ୍ତରରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହି ପରିପରେକ୍ଷୀରେ ଢେଙ୍କାନାଳ ଜିଲ୍ଲାର ଭୁବନରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିଷ୍ଠା ଦିବସରେ ବାଜିରାଉତ କଲ୍ୟାଣ ମଣ୍ଡପରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଢେଙ୍କାନାଳ ସାଂସଦ ମହେଶ ସାହୁ ଫିତା କାଟି ଶିବିର କୁ ଉଦଘାଟନ କରିଥିଲେ। ମୋଟ୍ 44ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।- ପ୍ରତିଷ୍ଠା ଦିବସ ଅବସରରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଆୟୋଜିତ ସଭାରେ ୧୫୦ ରୁ ଉର୍ଦ୍ଧ ବିଜେପି ଓ କଂଗ୍ରେସ ଦଳର କର୍ମୀମାନେ ନିରଞ୍ଜନ ପୃଷ୍ଟିଙ୍କ ନେତୃତ୍ବରେ ସମସ୍ତଙ୍କ ଉପସ୍ଥିତରେ ବିଜୁ ଜନତାଦଳରେ ସାମିଲ ହୋଇଥିଲେ। ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଢେଙ୍କାନାଳ ସାଂସଦ ମହେଶ ସାହୁ ସମସ୍ତଙ୍କୁ ଉତ୍ତରୀୟ ଓ ଗୋଲାପ ଫୁଲ ଦେଇ ବିଜୁ ଜନତାଦଳକୁ ସ୍ବାଗତ କରିଥିଲେ। ତେବେ ମୂଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ନିତି ଆଦର୍ଶରେ ଅନୁପ୍ରାଣୀତ ହୋଇ ନିଜକୁ ବିଜୁ ଜନତାଦଳରେ ସାମିଲ କରିବା ସହିତ ଭୁବନ ବିକାଶରେ ସହଯୋଗର ହାତ ବଢାଇବା ପାଇଁ କହିଛନ୍ତି। ଏହି ଅବସରରେ ରାଜ୍ୟ ସରକାରଙ୍କର ବରିଷ୍ଠ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ,ସାଂସଦ ମହେଶ ସାହୁ, ଢେଙ୍କାନାଳ ଜିଲ୍ଲାର ବିଜୁ ଜନତାଦଳର ପର୍ଯ୍ୟବେକ୍ଷକ ଆଶିଷ ଚକ୍ରବର୍ତ୍ତି, ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ତଥା କାମାକ୍ଷାନଗର

ଏନଏସିର ନଗରପାଳ ଧର୍ମାନନ୍ଦ ପରିଡା, ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ଭୁବନ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ, ଭୁବନ ଏନଏସି ନଗରପାଳ ଶୁଭେନ୍ଦୁ କୁମାର ସାହୁ ସମେତ ଯୁବ, ମହିଳା ହଜାର ହଜାର ସଂଖ୍ୟାରେ ବିଜୁ ଜନତାଦଳର କର୍ମୀମାନେ ପ୍ରତିଷ୍ଠା ଦିବସରେ ସାମିଲ ହୋଇଥିଲେ।- ଆୟୋଜିତ ସଭାରେ ଦଳର ନେତା ମାନେ କର୍ମୀମାନଙ୍କ କହିଥିଲେ କି ଆଜି ଠାରୁ ପ୍ରତି ବ୍ଲକ ଓ ନଗରରେ ସଭା ଜରିଆରେ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ନେଇ ସଚେତନ କରାଇବା ସହ ନିଜକୁ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିବାକୁ ଶପଥ ନେବାକୁ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଗାଁ କୁ ଯାଇ ଲୋକଙ୍କ ସେବା କରିବା ସହ ସରକାରଙ୍କ ପ୍ରତ୍ୟେକ ଟି ଯୋଜନା ସମ୍ପର୍କ ରେ ଲୋକଙ୍କୁ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ। – ସାରା ରାଜ୍ୟରେ ଆଜି ବିଜୁ ଜନତାଦଳ ୨୭ ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ଭୁବନରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିଷ୍ଠା ଦିବସରେ ବିଜେପି ଓ କଂଗ୍ରେସର କର୍ମୀମାନଙ୍କ ବିଜେଡିରେ ଯୋଗଦାନ ଯାହାକି ଆଗାମୀ ନିର୍ବାଚନରେ କାମାକ୍ଷାନଗର ବିଜୁ ଜନତାଦଳ ପାଇଁ ସଞ୍ଜିବନୀ ହୋଇପାରିବ ।

ଭୁବନ ରୁ ସ୍ଵତନ୍ତ୍ର ପ୍ରତିନିଧି ଅରୁଣ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button