Politics

କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କଣ୍ଟାମାଳଠାରେ ୨୭ତମ ବିଜେଡି ପ୍ରତିଷ୍ଠା ଦିବସ

କଣ୍ଟାମାଳ,ତା ୨୬/୧୨: (ପ୍ରଭାତ କୁମାର ସାହୁ) ଓଡିଶାରେ ବିଜେଡି ଶାସନ କ୍ରମାଗତ ଭାବେ ୨୬ ପୁରି ୨୭ବର୍ଷରେ ପଦାର୍ପଣ କରିବା ସହ ଲଗାତାର ଶାସନର ଷଷ୍ଠ ପାଳି ଆରମ୍ଭ କରିଥିବା ଉପଲକ୍ଷେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କଣ୍ଟାମାଳ ହାଇସ୍କୁଲ ପଡିଆରେ ମଙ୍ଗଳବାର ବିଜେଡି ଦଳ ତାର ୨୭ତମ ପ୍ରତିଷ୍ଠା ଦିବସ ପାଳନ କରିଛି l ଏହି ଅବସରରେ କଣ୍ଟାମାଳ ସତସଙ୍ଗ ବିହାର ସ୍ଥିତ ବିଜୁ

ପଟ୍ଟନାୟକଙ୍କ ପୂର୍ଣ୍ଣବୟାବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପରେ ଏକ ବିଶାଳ ଶୋଭାଯାତ୍ରାରେ ଆସି ହାଇସ୍କୁଲ ପଡିଆରେ ଆୟୋଜିତ ପ୍ରତିଷ୍ଠା ସମାବେଶ ଠାରେ ପହଂଚିଥିଲେ l ବିଜେଡି ଜିଲ୍ଲା ସଭାପତି ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିଧାୟକ ମହୀଧର ରଣାଙ୍କ ନେତୃତ୍ୱରେ ଆୟୋଜିତ ସମାବେଶକୁ ଜିଲ୍ଲା ସଂଗଠକ ପ୍ରଶାନ୍ତ ରଣା ସଂଯୋଜନା କରିଥିଲେ l ବିଧାୟକ ମହୀଧର ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଞ୍ଜନ ନାୟକ, ସହ-ପର୍ଯ୍ୟବେକ୍ଷକ ସୁବୋଧ

ପ୍ରଧାନ,ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି, ଜିଲ୍ଲାପରିଷଦ ସଭ୍ୟା ସୁମିତ୍ରା ସାହୁ,ରାଜ୍ୟ ବିଜେଡି ସମ୍ପାଦକ ସୁଧୀର ମହାକୁଡ଼, ବ୍ଲକ ବିଜେଡି ସଭାପତି ପ୍ରେମରାଜ ରଣା, ବରିଷ୍ଠ ବିଜେଡି ନେତା ରମଣି ରଞ୍ଜନ ପ୍ରଧାନ,ଘନଶ୍ୟାମ ବୁଡାଏକ, ପବିତ୍ର ରଣା,ରାଧାବଲ୍ଲଭ ପ୍ରଧାନ, ସୁରେଶ ଚନ୍ଦ୍ର ରଣା, କାମପାଳ ବସ୍ତିଆ, ଦେବୀପ୍ରସାଦ ନାୟକ, ଜାନି ସେନାପତି,ପଞ୍ଚାନନ ସାହୁ,ସନ୍ତୋଷ ଦନ୍ତା, ଶତ୍ରୁଘନ ଶତପଥି ସମେତ ସରପଞ୍ଚ, ସମିତିସଭ୍ୟ,ବିଜୁ ଯୁବ, ବିଜୁ ଛାତ୍ର, ବିଜୁ ମହିଳା ମୋର୍ଚ୍ଚା ବିଜେଡି ନେତା କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ l ସାଧାରଣ ସଭାରେ ବିଜେଡି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ତଥା ଜନକଲ୍ୟାଣକାରୀ ଯୋଜନା ଓ ସଫଳତା ଗାନ କରିଥିଲେ l ଓଡିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ବିଜେଡି ସରକାର ରାଜ୍ୟରେ ଏକ ସ୍ଵଚ୍ଚ, ନିର୍ମଳ ଓ ପ୍ରଗତିଶୀଳ ଶାସନ ଯୋଗୁଁ କ୍ରମାଗତ ଭାବେ ଲୋକଙ୍କ ପ୍ରିୟଭାଜନ ହୋଇପାରିଛି l ତାଜ୍ୟର ପ୍ରଗତି ଓ ଉନ୍ନତିକୁ ତ୍ୱରାନ୍ୱିତ କରିବାକୁ ବିଜେଡି ସରକାର ଦୃଢ଼ ସଂକଳ୍ପ ବଦ୍ଧ ତେଣୁ ବାଧକ ନ ସାଜି ସହଯୋଗ କଲେ ଅଂଚଳର ବିକାଶ ସମ୍ଭବ ବୋଲି ବିଧାୟକ ଶ୍ରୀ ରଣା କହିଥିଲେ l 

କଣ୍ଟାମାଳ ରୁୂ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button