ଉଲୁଣ୍ଡା ରେ ବିଜେଡି ପ୍ରତିଷ୍ଠା ଦିବସ ଅନୁଷ୍ଠିତ

-ଆଜି ସାରା ଓଡିଶା ରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ହେଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା କଲେଜ ପଡ଼ିଆରେ ଆଜି ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ତରଫରୁ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏହି ସମାରୋହ ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଓ ସମ୍ମାନିତ ଅତିଥି ଭାବରେ ଉଲୁଣ୍ଡା ବ୍ଳକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ବୀରମହାରାଜପୁର ବ୍ଳକ ଅଧ୍ୟକ୍ଷା ଶାନ୍ତି ଲୁହା ,

ସମାଜସେବୀ କୃର୍ତିବାସ ମିଶ୍ର ଯୋଗ ଦେଇଥିଲେ।ହାଟପଦା ଠାରୁ ଏକ ବିଶାଳ ରାଲି କରି କଲେଜ ପଡିଆ କୁ ଆସିଥିଲେ। ବିଶେଷ କରି ସମସ୍ତ ଅତିଥି ଗଣ ବିଜୁ ଜନତା ଦଳ ର ପ୍ରତିଷ୍ଠା ଦିବସ ଉପରେ ଆଲୋକପାତ କରିଥିଲେ। ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଓ ଓଡିଶା ମୋ ପରିବାର ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ୱାଡ଼ମେମ୍ବର, ଜିଲ୍ଲା ପରିଷଦ ସଭ୍ୟ, ସଚେତନ ନାଗରିକ, ସଂଗ୍ରାମୀ, ସମାଜସେବୀ ଆଦି ଉପସ୍ଥିତ ଥିଲେ।ଶେଷରେ କିଶୋର କୁମାର ହୋତା ଧନ୍ୟବାଦ ଅର୍ପଣ ଦେଇଥିଲେ।

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ




