Politics

ଛତିଆ ଠାରେ ବଡ଼ଚଣା ବିଜେଡ଼ି ପକ୍ଷରୁ ୨୭ତମ ପ୍ରତିଷ୍ଠା ଦିବସ ପାଳିତ।

– ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ଚୁଆ ପଡିଆ ଠାରେ ବଡ଼ଚଣା ବିଜେଡ଼ି ପକ୍ଷରୁ ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ମାନନିୟା ଶର୍ମିଷ୍ଠା ସେଠୀ ଯୋଗ ଦେଇ ମାନ୍ୟବର ଲୋକପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ନବୀନ ଓଡ଼ିଶାର ବିକାଶ ର ସାରଥି ବୋଲି

ଥିଲେ । ମୁଖ୍ୟ ବକ୍ତା ଭାବେ ବଡ଼ଚଣା ର ଲୋକ ପ୍ରିୟ ବିଧାୟକ ଅମର ପ୍ରସାଦ ଶତପଥୀ ଜନ ସମୁଦାୟ କୁ ସମ୍ବୋଧନ କରି ଥିବା ବେଳେ, ଦୀର୍ଘ ବର୍ଷ ଧରି ରାଜ୍ୟରେ ବିଜେଡ଼ି ସରକାର ଓଡ଼ିଶାର ସମସ୍ତ ବର୍ଗର ଲୋକଙ୍କ ବିକାଶ ଓ ସମୃଦ୍ଧି ଦିଗରେ ନିରବଚ୍ଛିନ୍ନ ପ୍ରୟାସ ଜାରି ରଖି ଥିବା କହିଥିଲେ। ଦଳର ୨୬ ତମ ପୂର୍ତ୍ତି ଅବସରରେ ମାନ୍ୟବର ବିଧାୟକ ଓ ସାଂସଦ ଙ୍କ କର କମଳ ରେ କେକ୍

କାଟି ପ୍ରତିଷ୍ଠା ଉତ୍ସବ ପାଳନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜନତାଙ୍କ ମନ ରଞ୍ଜନ କରିଥିଲେ।

ବଡ଼ଚଣା ନିର୍ବାଚନ ମଣ୍ଡଳୀର ୪୩ ଗୋଟି ପଞ୍ଚାୟତ ରୁ ହଜାର ହଜାର ନବୀନ ପ୍ରିୟ ସମର୍ଥକ ଓ ମିଶନ ଶକ୍ତି ର ମହିଳା ମାନେ ଯୋଗ ଦେଇ ଥିଲେ। ସଭାସ୍ଥଳ ଜନ ସମୁଦ୍ରର ଭ୍ରମ ସୃଷ୍ଟି କରିଥିଲା। ଏହି କାର୍ଯ୍ୟକ୍ରମ କୁ ବ୍ଲକ୍ ବିଜେଡ଼ି ସଭାପତି ଅରବିନ୍ଦ ସାମଲ ସଭାପତିତ୍ବ

କରିଥିଲାବେଳେ, ଜୋନ୍ ସଭାପତି ବାସୁଦେବ ସ୍ୱାଇଁ ସ୍ବାଗତ ଭାଷଣ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ଟିମ୍ ବଡ଼ଚଣା ଅଧକ୍ଷ ଆଦିତ୍ୟ ଶତପଥି, ସମିତି ଅଧ୍ୟକ୍ଷା ମିନତି ସେନାପତି, ଉପାଧ୍ୟକ୍ଷ ବିଭାସ ନନ୍ଦ, ଜିଲ୍ଲା ପରିଷଦ ଜଚିନ୍ଦ୍ର ନାୟକ, ନିରଞ୍ଜନ ସେନାପତି, ମାଧବାନନ୍ଦ ମହାପାତ୍ର, ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ଭାଗ୍ୟ ଧର ମଲ୍ଲିକ, ସାରଦା ମହାନ୍ତି, ଜିଲ୍ଲା ପରିଷଦ ସସ୍ମିତା ମହାନ୍ତି, ଆତ୍ମାର ଅଧକ୍ଷ ବିପିନ୍ ବିହାରୀ ଜେନା,ବ୍ଲକ୍ ମିଶନ ଶକ୍ତି ସଭାନେତ୍ରୀ ପୁଷ୍ପ ଲତା ନାଥ, ପ୍ରମିଳା ଜେନା, ଛତିଆ ସମିତି ସଭ୍ୟ ଦୀପକ୍ ସାହୁ ମଞ୍ଚାସିନ ହୋଇ ଥିଲେ।ଛତିଆ ପଂଚାୟତ ବିଜେଡି ସଭାପତି ଗିରିଶ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍।

 

Related Articles

Back to top button