Entertainment

ଛପରାରେ ୨୫ତମ ଲକ୍ଷ୍ମୀନାରାୟଣ ପୂଜା ପୂର୍ତ୍ତୀ ଅବସରରେ ୨୪ପ୍ରହର ନାମଯଜ୍ଞ ପୁନଃଶ୍ଚରଣ,

 

କଣ୍ଟମାଳ, ତା ୨୬/୧୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଧିନ କୁଲୁତାଯୋର ପଞ୍ଚାୟତର ଛପରା ଗ୍ରାମରେ ୨୫ତମ ଲକ୍ଷ୍ମୀନାରାୟଣ ସାମୁହିକ ପୂଜା ପୂର୍ତ୍ତି ଅବସରରେ ବ୍ରତଧାରୀଙ୍କ ତତ୍ତ୍ଵାବଧାନରେ ଚାଲିଥିବା ୨୪ପ୍ରହର ନାମଯଜ୍ଞ ପୁନଃଶ୍ଚରଣ ହୋଇଯାଇଛି। ଗତ ୨୨ ତାରିଖରେ ଯଜ୍ଞମଣ୍ଡପର ମୁଣ୍ଡି ମାରିବା ପରେ ନାମଯଜ୍ଞ ପାଇଁ ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଏକ ବିରାଟ ଶୋଭାଯାତ୍ରାରେ ତେଲ ନଦୀରୁ ଜଳପୂର୍ଣ୍ଣ କଳସ ଧରି ଘଣ୍ଟ ଶଙ୍ଖ ଓ ସଂକୀର୍ତ୍ତନ ମାଧ୍ୟମରେ ଗ୍ରାମ୍ୟ ପରିକ୍ରମା ପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରି ଅଧିବାସ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ହିମାଞ୍ଚଳ ରଣା (ଗୁମାନ) ଓ ସପତ୍ନୀ ଘନକାନ୍ତ୍ରୀ ରଣା ପୂଜା କାର୍ଯ୍ୟ ତୁଲାଇଥିଲେ । ତାପର ଦିନ ୨୩ ତାରିଖ ସକାଳୁ ନାମଯଜ୍ଞ ଆରମ୍ଭ ହୋଇ ୨୬ ତାରିଖ ମଙ୍ଗଳବାର ସମାପନ ହୋଇଥିଲା। ଉକ୍ତ ନାମଯଜ୍ଞରେ ପ୍ରାୟ ୩୦ ଗୋଟି ସଂକୀର୍ତ୍ତନ୍ୟଦଳ ଭାଗ ନେଇ ମହାମନ୍ତ୍ର ଗାନ କରିଥିଲେ। ଉକ୍ତ ନାମ ଯଜ୍ଞରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁ ନାମ ପାନକରିବା ସଂଗେ ସଂଗେ ମୀନାବଜାରର ଦୋଳି ଓ ଫେନ୍ସି ସାମଗ୍ରୀ ସହ ଠୋଲା ପୁରୀ,ଆଳୁ ଦମ, ଚଟପଟୀ ଆଦି ସୁସ୍ଵାଦୁ ଜଳଖିଆ ଦରିକଙ୍କୁ ବାନ୍ଧି ରଖିଥିଲା। ଉକ୍ତ ନାମ ଯଜ୍ଞରେ ପଣ୍ଡିତ ଦୁର୍ଯ୍ୟୋଧନ ଶତପଥିଙ୍କ ଦ୍ଵାରା ପୂଜାଯଜ୍ଞ କାର୍ଯ୍ୟ ସମାପନ ହୋଇଥିବା ସ୍ଥଳେ କାର୍ଯ୍ୟବର୍ତ୍ତା ଭାବେ ସପତ୍ନୀକ ହିରାଧର ପୋଢ ଓ ଶ୍ରୀମତୀ ରୂପକାନ୍ତି ପୋଢ କାର୍ଯ୍ୟ ତୁଲାଇଥିଲେ । ଗ୍ରାମର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।

 

କଣ୍ଟମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button