Politics

ବିଜେଡି ର ୨୭ ତମ ପ୍ରତିଷ୍ଠା ଦିବସ ପାଳିତ.

-ଢେଙ୍କାନାଳ ଜିଲ୍ଲା ସଦର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଢେଙ୍କାନାଳ ସହରର ମିନି ଷ୍ଟାଡିୟମ ଠାରେ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଯୋଗ ଦେଇଥିଲେ

ଅନ୍ୟ ମାନଙ୍କ ମଧରେ ଢେଙ୍କାନାଳ ଜିଲ୍ଲା ପରିଷଦ ଅଧକ୍ଷା ଅର୍ଚନା କୁମାର ପୁହାଣ, ବିଜୁ ଜନତା ଦଳର ମହିଳା ସଭନେତ୍ରୀ ସାଗରିକ ମିଶ୍ର ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧରେ ଗଁନ୍ଦିଆ ବ୍ଲକ ଓ ସଦର ବ୍ଲକ ଚେୟାରମ୍ୟାନ ଯୋଗଦେଇଥିଲେ..

ଢେଙ୍କାନାଳ ପୌରପାଳିକାର ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଆଁର, ଗନ୍ଦିଆ ବ୍ଲକ ମହିଳା ସଭାପତି ଶୁଭଦର୍ଶିନୀ ପରିଡା ଯୋଗ ଦେଇ ନିଜ ନିଜର ବକ୍ତ୍ୟବରେ ବିଜୁ ଜନତା ଦଳକୁ କିଭଳି ଭାବରେ ସୁଦୁଢ ହେବା ସହ ୨୦୨୪ ନିର୍ବାଚନ କୁ ଅଧିକରୁ ଅଧିକ ଭୋଟରେ ବିଜୟୀ ହେବ ଆହ୍ୱାନ କରିଥିଲେ l

ଆଜିର ୨୭ ତମ ପ୍ରତିଷ୍ଠା ଦିବସ ରେ ଗଦିଆବ୍ଲକ , ସଦରବ୍ଲକ ଓ ଢେଙ୍କାନାଳ ମୁନିସିପାଲିଟି ଅଞ୍ଚଳରୁ ୫୦୦୦ ରୁ ଉର୍ଦ୍ଧ ବିଜୁ ପ୍ରେମୀ ଯୋଗ ଦେଇଥିଲେ… ଏହି ଅବସରରେ ରେ ସମସ୍ତେ କର୍ମୀଙ୍କୁ ବିଧାୟକ ସୁଧୀର କୁମାର ସାମଲ ଶପଥ ପାଠ କରାଇଥିଲେ

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button