ତମ୍ଵାସିନା ଆକାଶୀ ତୋଟାରେ ଘଣ୍ଟାପଡ଼ା ପଞ୍ଚାୟତ ବିଜେପି ପକ୍ଷରୁ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ପାଳନ ଅବସରରେ ବୁଥ ସ୍ତରୀୟ କର୍ମୀ ସମ୍ମିଳନୀ,


କଣ୍ଟାମାଳ, ୨୫/୧୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ପଞ୍ଚାୟତ ଅନ୍ତର୍ଗତ ତମ୍ଵାସୀନା ଗ୍ରାମ ନିକଟସ୍ଥ ତେଲ ନଦୀ ଖଣ୍ଡିସ୍ଥିତ ଆକାଶୀ ଗଛ ତୋଟାରେ ଘଣ୍ଟାପଡ଼ା ପଞ୍ଚାୟତର ବିଜେପିର ଶକ୍ତି କେନ୍ଦ୍ର ପ୍ରମୁଖ ଅମୂଲ୍ୟ ପ୍ରଧାନଙ୍କ ସଭାପତିତ୍ଵରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ

ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ପାଳନ ଅବସରରେ ବୁଥ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଜେପି ଜିଲ୍ଲା ଉପସଭାପତି ଚିତ୍ତରଂଜନ ପାତ୍ର, ଘଣ୍ଟାପଡ଼ା ବିଜେପି ମଣ୍ଡଳ ସଭାପତି ପିନାକ ଧର ରଣା, ମଣ୍ଡଳ ଆଦିବାସୀ ମୋର୍ଚ୍ଚାର ସଭାପତି ଗୋପୀନାଥ କହଁର, ମଣ୍ଡଳ ଉପସଭାପତି ସୂର୍ଯ୍ୟକୁମାର

ଦେହୁରୀ, ବରଗାଁ ସରପଞ୍ଚ ଶ୍ରୀମତୀ ରଶ୍ମିତା ରଣା, ବରଗାଁ ପଞ୍ଚାୟତ ସମିତି ସଭ୍ୟା ଶ୍ରୀମତୀ ଅଙ୍ଗୁରୀ ତାଣ୍ଡି, ଘଣ୍ଟାପଡ଼ା ଜୋନର ବିଜେପିର ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ପଦ କହିଁର, ମଣ୍ଡଳ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ପର୍ଗତ ବାଜପେୟୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ବାଜପେୟୀଙ୍କ ଅଖଣ୍ଡ ଭାରତ

ଗଠନରେ ସମସ୍ତଙ୍କ ଭୂମିକା ଉପରେ ମନ୍ତବ୍ୟ ରଖିଥିଲେ।ପରେ ପୁଣିଥରେ ବିଜେପିକୁ ଆଣିବାକୁ ହେଲେ ବୁଥ ସ୍ତରରେ ସମସ୍ତ ଗ୍ରାମର ଘରକୁ ଘର ଭାରତରେ ମୋଦୀ ସରକାରଙ୍କ ଜନହିତକର ଯୋଜନାଗୁଡ଼ିକର ବାର୍ତ୍ତା ପହଞ୍ଚାଇବାକୁ ଉପସ୍ଥିତ ସମସ୍ତ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ ଓ ଆଗାମୀ ଦିନରେ ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରର ପ୍ରତ୍ୟେକ ବୁଥରେ ସାଂଗଠନିକ ଶକ୍ତି ମଜଭୂତ ହେବ ତା ଉପରେ ଟିପ୍ପଣୀ ରଖିଥିଲେ। ଶେଷରେ କର୍ମୀ ରାଜିବ ରଣା ଧନ୍ୟବାଦ ପ୍ରଦାନ କରିଥିଲେ।

କଣ୍ଟମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




