ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ବୌଦ୍ଧ ଜିଲ୍ଲା ରେ ସୁଶାସନ ଦିବସ ପାଳନ ” ଅଟଳ ବିହାରୀ ବାଜପେୟୀଙ୍କ ଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ଅବସରରେ


ବୌଦ୍ଧ-୨୫.୧୨-(ହୃଦାନନ୍ଦ ମେହେର)-ଆଜି ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ” ସୁଶାସନ ଦିବସ” ପାଳନ ,ଜିଲ୍ଲା ର ସମସ୍ତ ମଣ୍ଡଳ ,ସମସ୍ତ ଶକ୍ତି କେନ୍ଦ୍ର ଓ ସମସ୍ତ ବୁଥ ସ୍ତରରେ ମହା ସମାରୋହରେ ପାଳିତ ହୋଇଯ।ଇ ଅଛି ।ଜିଲ୍ଲା ବିଜେପି କାର୍ଯ୍ୟାଳୟ ରାମେଶ୍ବର ବିହାର ଠାରେ ସକାଳ ୧୦.୩୨ ମିନିଟ ସମୟରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟ କ୍ରମ ରେ ,ପ୍ରଥମେ ଅଟଳ ବିହାରୀ ବାଜପେୟୀ ଙ୍କ ଫୋଟୋ ରେ ପୁଷ୍ପ ମ।ଲ୍ୟ।ପର୍ଣ, ଧୂପ ଦୀପ ଜାଳି ପୂଜା କରାଯାଇ ୧୦୦ ତମ ଜନ୍ମତିଥି ପାଳନ ଅବସରରେ

ଜିଲ୍ଲା ବିଜେପି ସଭାପତି ତାଙ୍କ ଭାଷଣ ରେ ଭାରତ ରତ୍ନ , ଅଜ।ତ ଶତ୍ରୁ ପୂର୍ବତନ ପ୍ରଧାନ ମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ବହୁ ମୁଖୀ ପ୍ରତିଭା ଉପରେ ଆଧାରିତ ଅଭି ଭାଷଣ ଦେଇଥିଲେ, ଓ କିପରି ଭାବରେ ଦେଶ ର ଗରିବ ଲୋକଙ୍କ ପାଖରେ ସୁଶାସନ ପହଞ୍ଚିବ ତାର ବ୍ୟବସ୍ତା ସବୁ ସେ ଗ୍ରହଣ କରିଥିଲେ ସେସବୁ କୁ ବର୍ଣ୍ଣନା କରି କହିଥିଲେ ସେ ଥିଲେ ଏକା ଧାରରେ କବି, ସୁବକ୍ତା,ରାଷ୍ଟ୍ର ପୁରୁଷ , ଓ ଗରିବ ଲୋକଙ୍କ ପାଖରେ ସୁଶାସନ କିପରି ପହଞ୍ଚି ପାରିବ ସେ ସବୁ କୁ ତାଙ୍କ ଶାସନ କାଳରେ କାର୍ଯ୍ୟ କ୍ରମ କୁ ସରକାରୀ ଯୋଜନା କରିଥିଲେ
ତାଙ୍କର ଅନ୍ତୋଦୟ ଅନ୍ନପୂର୍ଣ୍ଣା ଯୋଜନା, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ନାରୀ ଶକ୍ତି ର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ଆଧୁନିକ ଭାରତ ଗଠନ ରେ ଅଟଳ ଜି ଙ୍କ ଅବଦାନ ଅତୁଳନୀୟ ।ତାଙ୍କ ର ଦୂରଦୃଷ୍ଟି ଲକ୍ଷ ଲକ୍ଷ ଲୋକ ଙ୍କୁ ପ୍ରେରଣା ଯୋଗାଇ ଦେଇଛି ।ଆଜିର ଦିନରେ ଅଟଳ ଜି ଙ୍କୁ କୋଟି କୋଟି ନମନ ।ଅଟଳ ଜି ଜଣେ ଦେଶ ପ୍ରେମୀ, ଦୂର ଦୃଷ୍ଟି ସମ୍ପର୍ଣ୍ଣ ଜନ ନାୟକ ଓ ରାଷ୍ଟ୍ର ନେତାଙ୍କୁ ଏ ଦେଶ କଦାପି ଭୁଲି ପାରିବ ନାହି। କୃଷି, ବିଜ୍ଞାନ , ଜାତୀୟ ରାଜପଥ ,ଉନ୍ନତି କରଣ ଗ୍ରାମ ସଡ଼କ ଯୋଜନା ତାଙ୍କ ର ଅବଦାନ ଅତୁଳନୀୟ । ଅଟଳ ଜି ଙ୍କ ଆଦର୍ଶ କୁ ପ।ଦେ ଆଗେଇ ନେଇ ପ୍ରଧାନ ମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ, ସବକା ସାଥ , ସବକା ,ବିକାଶ ମନ୍ତ୍ର ନେଇ କାମ କରୁଛନ୍ତି ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସଂକଳ୍ପ ନେଇଛନ୍ତି ।

ଆଜି ର ଦ୍ୱିତୀୟ ପର୍ଯ୍ୟାୟ ରେ ସ୍ୱଚ୍ଛ ଭାରତ ଅଭିଯାନ ରେ ମାଳିସାହି ବସ୍ତି ବାସିନ୍ଦାଙ୍କ ବସ୍ତି ସଫେଇ କାର୍ଯ୍ୟ କ୍ରମ ସମସ୍ତ ନେତୃବୃନ୍ଦ ପ୍ରମୁଖ ଙ୍କ ଦ୍ଵାରା ଅନୁଷ୍ଟିତ ହୋଇଥିଲା। ପୁନଶ୍ଚ ଆଜିର ତୃତୀୟ କାର୍ଯ୍ୟକ୍ରମ ଜିଲ୍ଲା ସଦର ମହକୁମାର ଡାକ୍ତର ଖାନରେ ୧୪୫ ଜଣ ଚିକିତ୍ସିତ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା , ଡାକ୍ତର ପଟ୍ଟନାୟକ ଓ ଡାକ୍ତର ମେହେର ଙ୍କ ଉପସ୍ଥିତି କର୍ମକର୍ତ୍ତା ପ୍ରମୁଖ ଙ୍କ ସହଯୋଗ ରେ ଫଳ ବଣ୍ଟନ ହୋଇଥିଲା । ଆଜିର ଏହି ସବୁ ତିନୋଟି କାର୍ଯ୍ୟକ୍ରମ ର ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ ସର୍ଵଶ୍ରି ଶ୍ୟାମ ସୁନ୍ଦର ପୁରୋହିତ, ମନ ରଞ୍ଜନ ଦାସ , ନମିତା ରାଣୀ ଦାସ,ରଶ୍ମିତା ହୋତା, ନିରଞ୍ଜନ ଦାନୀ ,ଶମ୍ଭୁ ପ୍ରଧାନ, ତାପସ କୁମାର ପଟ୍ଟନାୟକ, ପ୍ରେମାନନ୍ଦ ମିଶ୍ର,ବିଶି କେସନ୍ ପ୍ରଧାନ , ରାଜ କୁମାର ମେହେର ,ସୁରେଶ ମହାକୁଡ , ଅଜିତ କୁମାର ମିଶ୍ର ,ଶ୍ରୀକାନ୍ତ ଦନ୍ତା , ପ୍ରଭୁତି ବହୁ କର୍ମ କର୍ତ୍ତା ଉପସ୍ଥିତ ଥିଲେ।
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା




