Entertainment

ସିଣ୍ଡୋଲ ବାପ୍ତିସ୍ମ ପେଣ୍ଟିକୋଷ୍ଟାଲ୍ ଚର୍ଚ୍ଚରେ ବଡ଼ ଦିନ ପାଳନ

ବିନିକା, ୨୫/୧୨ (ସମର୍ଥ ନ୍ୟୁଜ୍) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିଣ୍ଡୋଲ ସ୍ଥିତ ବାପ୍ତିସ୍ମ ପେଣ୍ଟିକୋଷ୍ଟାଲ୍ ଚର୍ଚ୍ଚରେ ଦୁଇଦିନ ଧରି ପ୍ରଭୂ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିନ ପାଳିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ପାଳକ ସୁନିଲ ମୁଣ୍ଡାଙ୍କ ତତ୍ଵବଧାନରେ ସମ୍ଵାଦ, ସେଲେଡି ପ୍ରତିନିଧି ପରକ୍ଷିତ ବାଘ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାଳକ ଶାମୁଏଲ୍ ଖିଲୋ ମୂଖ୍ୟ ବକ୍ତା, ପ୍ରଚୀନ ବିଶ୍ଵାସୀ ପିତର ଦିପ  , ମନୋଜ ବାଘ ସମ୍ମାନୀତ  ଅତିଥି  ଭାବେ ଯୋଗ ଦେଇଥିଲେ। ଏହା ରବିବାର ଦିନ ସନ୍ଧ୍ୟାରେ ଚର୍ଚ୍ଚର ପାଳକ ସମେତ ସମସ୍ତ ଖ୍ରିଷ୍ଟିୟାନ ବିଶ୍ଵାସି ବିଶ୍ଵାସିନି ତଥା ଛୋଟରୁ ବଡ଼ ପ୍ରାୟ ଶହ ଉପରେ ଖ୍ରୀଷ୍ଟ ବିଶ୍ୱାସି ଉପସ୍ଥିତ ରହି ପ୍ରଭୂ ଯୀଶୁଙ୍କ ଜନ୍ମକୁ ଗୀତ, ତୋସ୍ତ୍ରୋ, ନାଚ ତଥା ସାଂସ୍କୃତିକ କାର୍ଯ୍ୟକ୍ରମରେ ଗିର୍ଜା ଘର କମ୍ପି ଉଠିଥିଲା। ସୋମବାର ପୁଣି ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଛୋଟ ଛୋଟ ପିଲାମାନଙ୍କୁ ପୁରଷ୍କୃତ କରାଯାଇଥିଲା। ଏଥିରେ ଶିବ ଗଡ଼ତିଆ, ବବିନା ଦିପ, ମୀନା ଦିପ ସମେତ ସମସ୍ତେ ସହଯୋଗ କରିଥିଲେ। ଶେଷରେ ସୀତା ମୁଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ବିନିକା ବ୍ଲକରୁ ପରକ୍ଷିତ ବାଘଙ୍କ ରିପୋର୍ଟ ସମର୍ଥ ନ୍ୟୁଜ୍

Related Articles

Back to top button