Entertainment

ଅତୀତର ସ୍ମୃତିରୁ କାଣିଚାଏ ମନେ ପକେଇଲେ ଶାରଦା ଏକାଡେମୀ ୧୯୯୪ ବ୍ୟାଚ ର ବନ୍ଧୁ ଓ ବାନ୍ଧବୀ !

ତିର୍ତ୍ତୋଲ –:: କିଏ କହୁଥିଲେ ଖାତା ଚିରିବା କଥା ତ କିଏ କହୁଥିଲେ ସ୍କୁଲ ନଳକୂପ ମୂଳରେ ସାଙ୍ଗ ମାନଙ୍କ ସହିତ ଝଗଡା କଥା ! କାହାର ମନେ ପଡୁଥିଲା ଚକୋଲେଟ ଖାଇବା ଆଉ ବାରମଜା ର ମଜା କଥା ତ କିଏ କାହାକୁ କଣ କଣ କହି ଚିଡାଉଥିବାର ସ୍ମୃତିକୁ ମନେ ପକେଇ ଖୁସିରେ ଖିଲିଖିଲି ହସି ପକାଉଥିଲେ ! ଏଥିଲା ଶାରଦା ଏକାଡେମୀ ର ୧୯୯୪ ମସିହାର ଛାତ୍ରଛାତ୍ରୀ ମାନଙ୍କର ବ୍ୟାଚ ବନ୍ଧୁ ମିଳନର ସ୍ମୃତି !ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ସ୍ଥିତ ଶାରଦା ଏକାଡେମୀ ୧୯୯୪ ବ୍ୟାଚ ର ଏକ ବନ୍ଧୁ ମିଳନ ଓ ସମ୍ପର୍କ ବିନିମୟ କାର୍ଯ୍ୟକ୍ରମ,ବସନ୍ତ ବଗିଚାର ସାରଳା ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ! ଦୀର୍ଘ ୨୮ ବର୍ଷ ପରେ ଏହି ବ୍ୟାଚ ର ସହପାଠୀ ଓ ସହପାଠିନୀ ମାନେ ନିଜନିଜର ପରିବାର ସହିତ ଏକାଠି ହୋଇ ଅତୀତର ସ୍ମୃତି ସାଉଁଟିବା ସଙ୍ଗେ ସଙ୍ଗେ ପରସ୍ପର ମଧ୍ୟରେ ଭାବ ବିନିମୟ କରିଥିବାର ଦେଖିବାକୁ ମିଳିଥିଲା ! ମା’ ଶାରଳାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଦିବଂଗତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସହପାଠୀ ମାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା ! ତା’ପରେ ମଞ୍ଚ ଉପରେ

ପୁରାତନ ବିଦ୍ୟାର୍ଥୀ ମାନେ ନିଜନିଜର ଅନୁଭବ ଓ ଅନୁଭୂତି ଉପରେ ବକ୍ତବ୍ୟ ରଖିଥିଲେ ! ସେମାନଙ୍କର କୁନିକୁନି ପିଲାମାନଙ୍କ ଦ୍ୱାରା କେକ୍ କଟାଯାଇ ଆନନ୍ଦ ଉଲ୍ଲାସ ମଧ୍ୟରେ ନାଚ ଗୀତର ଆସର ଜମାଇଥିଲେ ! ଏହି ସମସ୍ତ କାର୍ଯ୍ୟକ୍ରମ କୁ ଆବାହକ ଜୟନ୍ତ କୁମାର ସାହୁଙ୍କ ସମେତ ମନୋରଞ୍ଜନ କୁଅଁର, ପ୍ରଦୀପ୍ତ ବେହେରା, ଡକ୍ଟର ଲୁଲୁପ ଚନ୍ଦ୍ର ମହାରଣା, ସାୟଂଜ୍ୟୋତି ଭଟ୍ଟ, ସୁବ୍ରତ ସିଂହ, ଲାଲା ଅନିରୁଦ୍ଧ ରାୟ, ଦିଲ୍ଲୀପ ଗୋଛାୟତ, ବିରଞ୍ଚି ନାରାୟଣ ମଲ୍ଲିକ, ପ୍ରଭୁ ପ୍ରସାଦ ସାହୁ, ସେକ ସମଜାନ ଅଲ୍ଲୀ, ସଂଜୀବ ନାୟକ, ସୁନୀଲ ଦାସ, ସ୍ନିଗ୍ଧା ସିଂହ, ମମତା ସାହୁ, ସବିତା ବେହେରା, ଓ ବିଭୁତି ନାୟକ ପ୍ରମୁଖ ପରିଚାଳନା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button