ସାମନ୍ତରାପୁର ପଞ୍ଚାୟତ ରେ ବିଜେଡି କର୍ମୀ ସମାବେଶ


ତିର୍ତ୍ତୋଲ ::-ଆଗାମୀ ୨୦୨୪ ନିର୍ବାଚନକୁ ଆଖିଆଗରେ ରଖି ଶାସକ ଦଳ ବିଜେଡି ତରଫରୁ ସାରା ଓଡ଼ିଶାରେ କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ଚାଲୁ ରହିଥିବା ବେଳେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ତିର୍ତ୍ତୋଲ ପଞ୍ଚାୟତ ସମିତି ଅଧୀନ ସମନ୍ତରାପୁର ପଞ୍ଚାୟତ ଗାଣ୍ଡପୁର ଗ୍ରାମର ଗ୍ରାମ ଦେବତୀ ସାହାଡ଼ାସୁନ୍ଦରୀ ଙ୍କ ପ୍ରାଙ୍ଗଣ ପରିସରରେ, ସରପଞ୍ଚ ମଧୁସ୍ମିତା ବେହେରାଙ୍କ ଆହ୍ୱାନରେ ପଞ୍ଚାୟତ ସ୍ତରୀୟ କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ! ଏହି ସମାବେଶରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ପାରାଦ୍ୱୀପ ବିଧାୟକ ଶ୍ରୀଯୁକ୍ତ ସମ୍ବିତ ରାଉତରାୟ! ସମ୍ମାନିତ ଅତିଥିଭାବେ ଥିଲେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ବେହେରା, ସମନ୍ତ୍ରରାପୁର ବିଜେଡି ସଭାପତି ନିରଞ୍ଜନ ସ୍ୱାଇଁ,ଗଗନ ବିହାରୀ ମହାନ୍ତି, ସମୀର ମହାନ୍ତି, ଅରୁଣ

ବେହେରା ଏବଂ କୁଜଙ୍ଗ ବ୍ଲକ ଅଧ୍ୟକ୍ଷ ଙ୍କ ପ୍ରତିନିଧି ! ନବୀନ ସରକାରଙ୍କ ବହୁମୁଖୀ ଯୋଜନା ବିଷୟରେ ମନ୍ତବ୍ୟ ରଖିଥିଲେ ସର୍ବଶ୍ରୀ ବାବାଜୀ ବସନ୍ତିଆ, ସମୀର ସ୍ୱାଇଁ, ବିଜୟ ବସନ୍ତିଆ, ବୈକୁଣ୍ଠ ବିହାରୀ ପ୍ରଧାନ, କୁଜଙ୍ଗ ଯୁବ ବିଜେଡି ସଭାପତି ପିଣ୍ଟୁ ବାବୁ! ଉକ୍ତ ସମାବେଶ ରେ ସଭାପତିତ୍ୱ କରିଥିଲେ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ବେହେରା !
ସମନ୍ତରାପୁର ପଞ୍ଚାୟତର ଶତାଧିକ କର୍ମୀ ଯୋଗଦେଇଥିବା ବେଳେ ପ୍ରାୟ ସତୁରି ଜଣ କଂଗ୍ରେସ ଓ ବିଜେପି କର୍ମୀ ଦଳ ତ୍ୟାଗ କରି ବିଜେଡି ସହିତ ଯୋଡି ହେବାର ଦେଖିବାକୁ ମିଳିଥିଲା ! ବିଧାୟକ ସମ୍ବିତ ରାଉତରାୟ ନବଗତ ଙ୍କୁ ଦଳୀୟ ଉପଢୌକନ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ! ଆଗାମୀ ଦିନରେ ବହୁ ନୂତନ କର୍ମୀମାନଙ୍କୁ ଦଳରେ ସାମିଲ କରାଇବାକୁ ସ୍ଥାନୀୟ ସରପଞ୍ଚ ମଧୁସ୍ମିତା ବେହେରା ପ୍ରତିଶୃତି ଦେଇଥିଲେ !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା .!




