କଣ୍ଟାମାଳ ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକୋତ୍ସବ ।
ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ ମନ ସ୍ଥିରତାର ଆବଶ୍ୟକତା ରହିଛି।


କଣ୍ଟାମାଳ,ତା ୨୩/୧୨ 🙁 ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ-୨୦୨୩ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ପରିଚାଳନା ସମିତି ସମ୍ପାଦକ ଶେଷଦେବ ବଗର୍ତ୍ତୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ

ସଭାରେ କଣ୍ଟାମାଳ ତହସିଲଦାର ସୁଶ୍ରୀ ଶ୍ୱେତପଦ୍ମା ଯୋଶୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ l ମୁଖ୍ୟବକ୍ତା ଭାବେ ବଲାଙ୍ଗିର ବିଭାଗର କାର୍ଯ୍ୟବାହ କେଶବ ପଟେଲ ଓ ସମ୍ମାନୀତ ଅତିଥିଭାବେ ବୌଦ୍ଧ ଜିଲ୍ଲା ପ୍ରମୁଖ କାର୍ତ୍ତିକେଶ୍ୱର ବେହେରା, କଣ୍ଟାମାଳ ସଂକୁଳ ପ୍ରମୁଖ ସନ୍ତୋଷ କୁମାର ବିଶି ପ୍ରମୁଖ ଯୋଗଦେଇ ଲକ୍ଷ୍ୟ ସ୍ଥିର ଥିଲେ ସଫଳତା ସହଜରେ ମିଳିଥାଏ ବୋଲି

ମାର୍ଗଦର୍ଶନ କରିଥିଲେ l ପ୍ରଧାନଆଚାର୍ଯ୍ୟ ଭଗବାନ ମନହିରା ବିଦ୍ୟାଳୟ ବାର୍ଷିକ ବିବରଣୀ ପଠନ କରିଥିବାବେଳେ ରଂଜିତ ବାରିକ ଗୁରୁଜୀ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା ଏବଂ କୋଷାଧ୍ୟକ୍ଷ୍ୟ ରଂଜିପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମର ବିଶେଷାଙ୍କ ମଧ୍ୟରେ ଅତିଥି ସ୍ୱାଗତ, ଦ୍ବୀପ ପ୍ରଜ୍ଜ୍ୱଳନ, ସ୍ୱାଗତ ସଂଗୀତ ଗାନ, ସ୍ୱାଗତ ଭାଷଣ ରହିଥିଲା l ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ କ୍ରୀଡା ଓ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ l ସେହିପରି ବିଦ୍ୟାଳୟ ର ପୂର୍ବତନ ଛାତ୍ରୀ କ୍ରିଷ୍ଣା ମହାପାତ୍ର(ଗୋଲ୍ଡମେଡାଲିଷ୍ଟ, ଫିଜିକ୍ସ ଅନର୍ସ ),ଙ୍କୁ ସମ୍ମାନୀତ କରାଯାଇଥିଲା l ପରେ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ପରିବେଷିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଖୁବ ମନମୁଗ୍ଧକର, ଚିତ୍ତାକର୍ଷକ ଓ ଆକର୍ଷଣୀୟ ହୋଇଥିଲା l ଯାହାକି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା l ସମଗ୍ର ବିଦ୍ୟାଳୟ ପରିବେଶ ଉତ୍ସବମୁଖର ହୋଇଉଠିଥିଲା l ଏଥିରେ ଶିଶୁ ମନ୍ଦିରରେ କାର୍ଯ୍ୟରତ ସମସ୍ତ ଗୁରୁଜୀ, ଗୁରୁମା, ସେବିକା, ବିଦ୍ୟାଳୟ ଶୁଭଚିନ୍ତକ,ଶୁଭେଛୁ, ଉପଦେଷ୍ଟା ମଣ୍ଡଳୀ, ବିଦ୍ୟୁତ ପରିଷଦ, ପରିଚାଳନା ସମିତି ପ୍ରମୁଖ ସହଯୋଗ କରିଥିଲେ l ପରିଶେଷରେ ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାରେ ସହଯୋଗ କରିଥିବା ସହଯୋଗୀଙ୍କୁ ସଂକୁଳ ପ୍ରମୁଖ ସନ୍ତୋଷ ବିଶି ସାଧୁବାଦ ଜଣାଇଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




