Entertainment

ବାଉଁଶୁଣି ମିଶନ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ।

                                                              ବୌଦ୍ଧ-୨୩-୧୨ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣି ମିଶନ ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷ ମନୋରଞ୍ଜନ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୱାସିଡିଏ ସମ୍ପାଦକ ରାଜେନ୍ଦ୍ର ମେହେର ମୁଖ୍ୟ ଅତିଥି ତଥା ଶିକ୍ଷାବିତ ଜ୍ୟୋତିରଞ୍ଜନ ବହିଦାର ମୁଖ୍ୟ ବକ୍ତା ଓ ବାଉଁଶୁଣୀ ଡିଗ୍ରୀ କଲେଜ ଅଧ୍ୟକ୍ଷ ଅନିରୁଦ୍ଧ ମହାକୁଳ ସମ୍ମାନିତ ଅତିଥି ଭାବେ  ଯୋଗଦେଇ ଛାତ୍ରଛାତ୍ରୀଙ୍କ ପାଇଁ ବହୁ ଉପାଦେୟପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ଶିକ୍ଷକ ପ୍ରଦ୍ୟୁମ୍ନ ରଥ

ମଞ୍ଚ ପରିଚାଳନା କରିଥିବା ବେଳେ ସ୍କୁଲ ପରିଚାଳନା ନିର୍ଦେଶକ ବୃନ୍ଦାବନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ପୁର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହାପରେ ଛାତ୍ରଛାତ୍ରୀ ମାନେ ଶୀତୁଆ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଚିତ୍ତାକର୍ଷକ କାର୍ଯ୍ୟକ୍ରମ

ଅଭିଭାବକ ଓ ଦର୍ଶକଙ୍କୁ ମାନଙ୍କୁ ମଧ୍ୟରାତ୍ର ଯାଏଁ ବାନ୍ଧି ରଖିଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।

Related Articles

Back to top button