କଳିଙ୍ଗୋଦୟ ପବ୍ଲିକ ସ୍କୁଲ ର ବାର୍ଷିକୋତ୍ସବ ଉଦୟନ ଉଦଯାପିତ


କଣ୍ଟାମାଳ, ତା ୨୩/୧୨: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ହାଇସ୍କୁଲ ପଡିଆଠାରେ କଳିଙ୍ଗୋଦୟ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ ଉଦୟନ ଅନୁଷ୍ଠିତ ହୋଇଯାଇଛି l ଅପରାହ୍ନରେ ବରଣ୍ୟ ଅତିଥିମାନେ ଦ୍ୱିତୀୟ ବାର୍ଷିକ ଉତ୍ସବ ଉଦୟନ-୨୦୨୩କୁ ଉଦଘାଟନ କରିଥିଲେ l ସ୍କୁଲ ର ନିର୍ଦେଶକ ସାଗର ବଗର୍ତ୍ତୀ ଓ ହେମଲତା ବାଘଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ କଣ୍ଟାମାଳ ଏବିଇଓ ଦୁର୍ଗା ଚରଣ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ l

ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦେବରାଜ ସାହୁ ଓ ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ବରିଷ୍ଠ ଇଂରାଜୀ ପ୍ରାଧ୍ୟାପକ ଲୋକେଶ ଚନ୍ଦ୍ର ପ୍ରଧାନ, ସୋନପୁର ବିଜୁପଟ୍ଟନାୟକ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ନଳିନୀ ପ୍ରଭା ପ୍ରଧାନ, କଣ୍ଟାମାଳ ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରକାଶ ପ୍ରଧାନ, ନୂଆପାଲି ଆଦିବାସୀ ହାଇସ୍କୁଲର ପ୍ରଧାନଶିକ୍ଷକ ଅନନ୍ତ କ୍ଷେତି, ଅଧ୍ୟାପକ ବସନ୍ତ ଖଟୁଆ ପ୍ରମୁଖ ଯୋଗଦେଇଥିଲେ l ଅନୁଷ୍ଠିତ ସଭାରେ ଏକ ଭଲ ସମାଜ ଗଠନ ପାଇଁ ସବୁ ସମୟରେ ଶିକ୍ଷକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତ ପ୍ରକାଶ ପାଇଥିଲା l ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଭାର୍ଗବୀ ପ୍ରଧାନ ଅତିଥିପରିଚୟ କରିଥିବାବେଳେ ପ୍ରିନ୍ସିପାଲ ସୁନୀଲ ବାସ୍କେ ବାର୍ଷିକ ବିବରଣୀ ପାଠ ସହ ସଭା ପରିଚାଳନା କରିଥିଲେ l ସଭା ଶେଷରେ ଶଙ୍କର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ କୃତି କୁନି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l ପରେ ବିଦ୍ୟାଳୟର କୁନି କୁନି ଶିଶୁମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉତ୍ସବ ଉଦୟନକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ,କର୍ମକର୍ତ୍ତା ଓ ଅଭିଭାବକ ପରିଚାଳନାରେ ସହଯୋଗ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




