Entertainment

ଆଲୋକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର 29 ତମ ବାର୍ଷିକ ଉତ୍ସବ ପାଳିତ.

ଭୁବନେଶ୍ୱର, ଆଜି ସ୍ଥାନୀୟ ଉତ୍କଳମଣ୍ଡପ ଠାରେ ଆଲୋକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର 29 ତମ ବାର୍ଷିକ ଇତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି. ନର୍ସରୀ ଠାରୁ ଟେନ୍ଥ କ୍ଲାସ ପର୍ଯ୍ୟନ୍ତ ଥିବା ଏହି ସ୍କୁଲର ପୁରାତନ ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ଉତ୍ସବରେ ଭାଗ ନେଇଥିଲେ. ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ

ବିପିଇଉଟିର କୁଳପତି ଓଂକାର ମହାନ୍ତି, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସମାଜସେବୀ ନୃସିଂହ ମହାପାତ୍ର ଓ ସମ୍ମାନିତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଏବଂ 35 ନମ୍ବର ୱାର୍ଡର କର୍ପୋରେଟର ରଞ୍ଜୁଲତା ରାୟ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରିଥିଲେ. ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ମଧ୍ୟ ଉପଢୌକନ ପ୍ରଦାନ

କରାଯାଇଥିଲା. ଗତ 29 ବର୍ଷ ଭିତରେ ଏହି ବିଦ୍ୟାଳୟ ବହୁତ ଆଗେଇଛି, ପିଲାମାନଙ୍କ ମଧ୍ୟରେ ବୋଧିକ ବିକାଶ ହୋଇଛି, ପିଲାମାନଙ୍କ ସଫଳତା ଦେଖି ଖୁସି ଲାଗୁଛି, ଏହି ସ୍କୁଲ ରାଜଧାନୀରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ହେବାକୁ ଯାଉଛି ବୋଲି କହିଛନ୍ତି ସମ୍ମାନିତ ଅତିଥି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ. ଆଜି ବାର୍ଷିକ ଉତ୍ସବ ପାଳନ ହେଉଛି, ଅତିଥିମାନେ ଆସିଛନ୍ତି, ଆଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ଅଛି, ସବୁ ଭଲରେ ଚାଲିଛି ବୋଲି ଖୁସି ହୋଇ ପ୍ରକାଶ କରିଛନ୍ତି ବିଦ୍ୟାଳୟର ପ୍ରତିଷ୍ଠାତା ତଥା ସେକ୍ରେଟାରୀ ଶ୍ରୀମତୀ

ଚାରୁବାଳା ନାୟକ. କରୋନା ଯୋଗୁଁ ଆମର ଦୁଇ ବର୍ଷ ବନ୍ଦ ଥିଲା ନହେଲେ ଏଇଟା 31 ତମ ବାର୍ଷିକ ଉତ୍ସବ ପାଳନ ହୋଇଥାନ୍ତା, ଆମ ସ୍କୁଲରେ ଗରିବ ଆଦିବାସୀ ଦଳିତ ବର୍ଗର ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦିଆଯାଉଛି, ଆଜି ଆମ ସ୍କୁଲରୁ ପାଠ ପଢ଼ୀ ବହୁ ଗରିବ ପିଲା ଭଲ ଭଲ ଜାଗାରେ ନାମ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ପ୍ରିନସିପାଲ ବିକ୍ରମ କେଶରୀ ଦାସ.

ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button