Politics

ଖୁଣ୍ଟିଗୋରା ପଞ୍ଚାୟତର ସରପଞ୍ଚ ଅଯୋଗ୍ୟ ଘୋଷିତ, ଘୋଷଣା କଲେ ମାନ୍ୟବର ଅଦାଲତ ।

କଣ୍ଟମାଳ, ୨୨/୧୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ଖୁଣ୍ଟିଗୋରା ପଂଚାୟତର ସରପଂଚ ନିର୍ବାଚନୀ ମାମଲାର ରାୟ ଶୁକ୍ରବାର ଦିନ ପ୍ରକାଶ ପାଇଛି । ମାନ୍ୟବର ଅଦାଲତ ରାୟ ପ୍ରକାଶ କରି ବିଜୟୀ ସୁନିତା ମାଝିଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ନିକଟତମ ପ୍ରତିଦ୍ୱନ୍ଦି ତଥା ଆବେଦନକାରୀ ପ୍ରଭାସିନି ଖଟୁଆଙ୍କୁ ବିଜୟୀ ଘୋଷଣା କରିଛନ୍ତି । ସୂଚନା ପ୍ରକାରେ ୨୦୨୧ରେ ଅନୁଷ୍ଠିତ ତ୍ରୀ-ସ୍ତରୀୟ ପଂଚାୟତ ନିର୍ବାଚନରେ ସରପଞ୍ଚ ପଦବୀରେ ପ୍ରଭାସିନି ଖଟୁଆଙ୍କୁ ହରାଇ ସୁନିତା ମାଝି ବିଜୟ ଲାଭ କରି ସରପଂଚ ପଦବୀରେ ଆସିନ ହୋଇଥିଲେ । ନିର୍ବାଚନ ପରେ ପରାଜିତ ପ୍ରାର୍ଥି ପ୍ରଭାସିନି ଖଟୁଆ ଅଦାଲତର ଦ୍ୱାରସ୍ଥ ହୋଇ ତିନୋଟି ସନ୍ତାନର ଜନନୀ ହୋଇଥିବାରୁ ସୁନିତାଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନିବେଦନ କରିଥିଲେ । ମାମଲାର ଶୁଣାଣୀ କରି କଂଟାମାଳ ସିଭିଲ ଜଜ୍ ଜୁନିୟର ଡିଭିଜନ ସତ୍ୟନାରାୟଣ ଦାସ ଶୁକ୍ରବାର ତାଙ୍କ ରାୟ ପ୍ରକାଶ କରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ଓକିଲ ଭାବେ ବୌଦ୍ଧର ବରିଷ୍ଠ ଓକିଲ ସଚିଦାନନ୍ଦ ଦଲାଲ ମାମଲାର ପରିଚାଳନା କରିଥିଲେ ।ଅବାୟତଙ୍କ ରାୟ ପରେ ଆବେଦନକାରୀ ପ୍ରଭାସିନୀ ଖଟୁଆ ସତ୍ୟ ଓ ନ୍ୟାୟର ବିଜୟୀ ହୋଇଥିବା ନେଇ ପ୍ରକାଶ କରିଥିବା ସ୍ଥଳେ ଅଯୋଗ୍ୟ ପ୍ରାର୍ଥୀନୀ ସୁନିତା ମାଝିଙ୍କ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିପାରିନାହିଁ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button