ଉପରାଷ୍ଟ୍ରପତି ଙ୍କ ପ୍ରତି ଅଶାଳୀନ ଇଙ୍ଗିତ ପ୍ରତିବାଦରେ କଲ୍ୟାଣ ବାନାର୍ଜୀ ଓ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି


ଆଙ୍କର–//ସଂସଦ ଭବନ ପରିସର ମଧ୍ୟରେ ମହାମହିମ ଉପରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ଓ ଆପତ୍ତି ଜନକ ଇଙ୍ଗିତ ସମଗ୍ର ଦେଶ ତଥା ସମ୍ବିଧାନ ପ୍ରତି ଅସମ୍ମାନ।ଏହି ଘୃଣ୍ୟ କାର୍ଯ୍ୟକୁ ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡ଼ା ତରଫରୁ ଦୃଢ଼ ନିନ୍ଦା କରାଯିବା ସହିତ ଆଜି ଅପରାହ୍ନରେ ତିନିମୁହାଣୀ ଛକ ଠାରେ ସାଂସଦ କଲ୍ୟାଣ ବାନାର୍ଜୀ ଓ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରିଛି କେନ୍ଦ୍ରାପଡା ବିଜେପି।ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ପରିଷଦ ସଭ୍ୟ ବୈଦ୍ୟନାଥ ଚାଟାର୍ଜୀ,ସୁନାକର ବେହେରା,ଉପିନ ରାଉତ,ଅଭିମନ୍ୟୁ ଗୋଛାୟତ,ଶଶାଙ୍କ ଶେଖର ସେଠୀ, କଳ୍ପନା ମଲ୍ଲିକ,ତେଜେଶ୍ୱର ପରିଡା,ବିକ୍ରମ କେଶରୀ ରାଉତରାୟ,ମନିଷା ପଣ୍ଡା,ପ୍ରିୟଦର୍ଶନି ନନ୍ଦ, ଅଜୟ ବେହେରା,ଦୁର୍ଗାପ୍ରସନ୍ନ ନାୟକ,ଶଶାଙ୍କ ଶେଖର ଓଝା,ଉମାକାନ୍ତ ନାୟକ,ଦୟାନିଧି ବଳ,ବନ୍ଦନା ରାଣୀ ରାଉତରାୟ, ଝିଲି ଦାସ,ପ୍ରମୋଦ ମହାନ୍ତି, ନାରାୟଣ ପ୍ରସାଦ ସିଂ,ନିହାର ରଞ୍ଜନ ମହାନ୍ତି,ଶୋଭନ ଆଚାର୍ଯ୍ୟ,ନେହେରୁ ସାହୁ ପ୍ରମୁଖ ତିନିମୁହାଣି ରାମ ମନ୍ଦିର ପରିସରରୁ ଶୋଭାଯାତ୍ରାରେ ବାହାରି ତିନିମୁହାଣି ଟ୍ରାଫିକ ଛକରେ ପହଞ୍ଚି ରାହୁଲଗାନ୍ଧୀ ଓ ସାଂସଦ କଲ୍ୟାଣ ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ସର୍ବସମ୍ମୁଖରେ କ୍ଷମାପ୍ରାର୍ଥନା କରିବା ପାଇଁ ବିଜେପି ଦାବୀ କରିଛି l

*କେନ୍ଦ୍ରାପଡା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ )*




