ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଆଶାୟୀ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମଲ୍ଲିକ !


ତିର୍ତ୍ତୋଲ –:ଆଗାମୀ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ଆଶାୟୀ ବିଧାୟକଙ୍କ ତାଲିକା ସେତେ ଲମ୍ବି ଲମ୍ବି ଯାଉଛି ! ତାହା ହେଉଛି ଶାସକ ଦଳ ବିଜେଡି ର ଦାବିଦାର ପ୍ରାର୍ଥୀ ! ଟଣାଭିଡା ଚାଲିଛି କାହା ମୁଣ୍ଡରେ ସୁନା କଳସ ଢାଳିବ ଦଳୀୟ ହସ୍ତୀ ! କେତେକ ରାଜନୈତିକ ସମୀକ୍ଷକ ଙ୍କ ମତରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଦଳୀୟ ଆଶାୟୀ ପ୍ରାର୍ଥୀ ସବୁଠୁ ଅଧିକ ! ତେଣୁ ଅଙ୍କ କଷା ଚାଲିଛି, କିଏ ହେବ ତିର୍ତ୍ତୋଲର ଭାଗ୍ୟଶାଳୀ ବିଧାୟକ ? ଆଜି ତିର୍ତ୍ତୋଲ ଆନନ୍ଦ ମଣ୍ଡପ ପରିସରରେ କେତେକ ଗଣମାଧ୍ୟମ ର ପ୍ରତନିଧି ମାନଙ୍କ ସହିତ ଏକ ସୌଜନ୍ୟ ମୂଳକ ସାକ୍ଷାତକାର ରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ଆତ୍ମା ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ମଲ୍ଲିକ ନିଜର ସ୍ୱମତ ପ୍ରକାଶ କରି ନୂତନ ବର୍ଷର ସୁଭେତ୍ସା ଓ ଅଭିନନ୍ଦନ ଦେବା ସହିତ କହିଲେ ଯେ,ମୋର ଦୀର୍ଘଦିନର ରାଜନୈତିକ ଅଭିଜ୍ଞତା କୁ ପାଥେୟ କରି ଆଗାମୀ ସାଧାରଣ ନିର୍ବାଚନରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ଯଦି ମୋତେ ଟିକେଟ ଦିଆଯାଏ ତେବେ ମୁଁ ନିଶ୍ଚିତଭାବେ ପ୍ରତିଦ୍ବନ୍ଦୀତା କରିବି ଏବଂ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ସାରଳା ସମବାୟ ସୂତାକଳ ସ୍ଥାନରେ ଏକ ସୁପର ସ୍ପେଶିଆଲ ହସ୍ପିଟାଲ ପ୍ରତିଷ୍ଠା କରିବା ନିମନ୍ତେ ପ୍ରାଥମିକତା ଦେବି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନା କୁ ସାଧାରଣ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ କରିବି । ବିଜେଡ଼ିରେ ଅନେକ ଆଶାୟୀ ପ୍ରାର୍ଥୀ ଥାଇପାରନ୍ତି । ମାତ୍ର ମୁଁ ମଧ୍ୟ ଆଶାୟୀ ଅଛି ବୋଲି କହିପାରିବି । ତେବେ ଦଳର ସୁପ୍ରିମୋ ତଥା ସଭାପତି ଯାହା ବିଚାର କରି ନିଷ୍ପତ୍ତି ନେବେ ତାହାକୁ ମୁଁ ଶିରୋଧାର୍ଯ୍ୟ ମନେକରିବି ବୋଲି ସାମ୍ୱାଦିକ ମାନଙ୍କ ସମ୍ମୁଖରେ ଶ୍ରୀ ମଲ୍ଲିକ ମନଖୋଲା ପ୍ରକାଶ କରିଥଲେ। ପ୍ରକାଶ ଥାଉ କି ଏହି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ଶାସକ ବିଜେଡି ଦଳରେ , ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ସମାଜସେବୀ ଯୁଧିଷ୍ଠିର ସେଠୀ , ପ୍ରଫେସର ରମାକାନ୍ତ ଭୋଇ , ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ଓ ମହିଳା କମିଶନ ଅଧ୍ୟକ୍ଷା ଡଃ ମିନତୀ ବେହେରା, ବର୍ତ୍ତମାନର ବିଧାୟକ ବିଜୟ ଶଙ୍କର ଦାସ ପ୍ରମୁଖ ଦଳୀୟ ଟିକେଟ ପାଇଁ ଦାବିଦାର ଥିଲାବେଳେ , ତିର୍ତ୍ତୋଲ ରାଜନୀତିରେ ଆଉ ଏକ ନାଁ ଆଶାୟୀ ପ୍ରାର୍ଥୀ ଙ୍କ ତାଲିକା ସହିତ ଯୋଡ଼ି ହୋଇ ଯାଇଛି । ଦେଖିବାକୁ ରହିଲା ଦଳର ସୁପ୍ରିମୋ କାହା ହାତରେ ଟେକିଦେଉଛନ୍ତି ତିର୍ତ୍ତୋଲର ସିଂହାସନ ???
ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ ଓଡିଶା !




