ଘଣ୍ଟାପଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ,ଯୁବ ଓଡ଼ିଶା,ନବୀନ ଓଡ଼ିଶାର ସାମାଜିକ କାର୍ଯ୍ୟକ୍ରମ


କଣ୍ଟମାନ, ୨୧ /୧୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଟିକେଏସଏମଆରଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ଓଡ଼ିଶା ନବୀନ ଓଡ଼ିଶାର ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ନୂଆଁ ଓଡ଼ିଶା, ଯୁବ ଓଡ଼ିଶା ଯୁବ ଓଡ଼ିଶା ନବୀନ ଓଡ଼ିଶାର ସମନ୍ଵିତ ଯୁବ ବିକାଶ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ଅଧ୍ୟକ୍ଷ ତଥା ପ୍ରୋଗ୍ରାମ ଚେୟାରମେନ ପରମାନନ୍ଦ ଡାଙ୍ଗଙ୍କ ତତ୍ତ୍ଵାବଧାନରେ ନୋଡାଲ ଅଫିସର ଅଧ୍ୟାପକ ଝସକେତନ ଜାଙ୍ଗ ଓ ଅଧ୍ୟାପକ ସତ୍ୟନାରାୟଣ ପଣ୍ଡାଙ୍କ ନେତୃତ୍ଵରେ ବିଦ୍ୟାଳୟର ଶତାଧିକ ଛାତ୍ରୀଛାତ୍ର ସଚେତନତା ଓ ପରିମଳ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ।ସଚେତନତାରକାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ବିଭିନ୍ନ ସଚେତନତା ଲିଖିତ ପ୍ଳାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ୍ୟ ପରିକ୍ରମା କରିଥିଲେ ଏବଂ ଛକ ସ୍ଥାନମାନଙ୍କରେ ସଡ଼କ ସୁରକ୍ଷା ଉପରେ ଗାଡି ଚାଳକଙ୍କୁ ହେଲମେଟ ବ୍ୟବହାର, ଦ୍ରୁତଗତିରେ ଗାଡି ନଚଳାଇବା, ଗାଡି ଚଳାଇବା ସମୟରେ ମୋବାଇଲରେ କଥା ନ ହେବା ଆଦି ବୁଝାଇଥିଲେ, ଆଉ କେଉଁଠାରେ ବାଲ୍ୟ ବିବାହ ନ କରେଇବା, ନିଶା ନିବାରଣ, ଯୌତୁକ ପ୍ରଥା ବନ୍ଦ କରିବା ଆଦି କୁ ସଂସ୍କାର ଉପରେ ସଚେତନ କରିଥିଲେ ଏବଂ ସ୍ଵଚ୍ଛ ଓ ପରିମଳ ଉପରେ ସଚେତନତା କରିବା ସଂଗେ ସଂଗେ ମନ୍ଦିର, ଡାକ୍ତରଖାନା, ନଳକୂପ ପରିସର, ନଦୀ ଘାଟ, ସର୍ବସାଧାରଣ ଅନୁଷ୍ଠାନ ସ୍ଥାନରେ ସଫେଇ କରିଥିଲେ। ୨ ଦିନ ଧରି ଚାଲିଥିବା ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ସହଯୋଗ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




