Politics

୨ କୋଟି ୧୬ ଲକ୍ଷ ବ୍ୟୟରେ ଛତିଆ – ସାଲେପୁର ରାସ୍ତାର ପ୍ରଶସ୍ତି କରଣ ଲାଗି ଶିଳାନ୍ୟାସ।

 ଜାଜପୁର୍ ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଛତିଆ – ସାଲେପୁର ରାସ୍ତାର ପ୍ରଶସ୍ତି ଓ ଉନ୍ନତି କରଣ ର ଶୁଭ ଶିଳାନ୍ୟାସ ମାନ୍ୟବର ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ କର କମଳ ରେ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇ ଯାଇଛି। ପ୍ରାୟ ୨କିମି ରାସ୍ତାର ଉନ୍ନତି କରଣ ଲାଗି ଟେଣ୍ଡର ମୂଲ୍ୟ ୨ କୋଟି ୧୬ ଲକ୍ଷ ବେୟ ବରାଦ ହୋଇ ଥିବା ବେଳେ , ଏହି ରାସ୍ତାର ଉନ୍ନତି କରଣ ଲାଗି ବହୁ ଦିନ ଧରି ସ୍ଥାନୀୟ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା। ଏହି ଉଦଘାଟନୀ ଉତ୍ସବରେ ବଡ଼ଚଣା ପଞ୍ଚାୟତ ସମିତି ଅଧକ୍ଷା ମିନତି ସେନାପତି, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ଯଚିନ୍ଦ୍ର ନାୟକ, ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ଭାଧର୍ ମଲ୍ଲିକ,ସ୍ଥାନୀୟ ଛତିଆ ସମିତି ସଭ୍ୟ ଦୀପକ୍ ସାହୁ,ସୋଲର ପୂର୍ବତନ ସମିତି ସଭ୍ୟ ମାଧବ ନନ୍ଦ ମହାପାତ୍ର, ଚମ୍ପାପୂର୍ ପୂର୍ବତନ ସରପଂଚ ବାସୁଦେବ ସ୍ବାଇଁ, ଛତିଆ ସମିତି ସଭ୍ୟ ଦୀପକ୍ ସାହୁ, ସୋଳର ସରପଂଚ ବିବହୁ ନେତୃମଣ୍ଡଳୀ ଓ ଆକାଧିକ ମହିଳା ଯୋଗ ଦେଇ ଥିଲେ।  ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button