ଝାରବାହାଳି ଆଦର୍ଶ ବିଦ୍ୟାଳୟ ରେ ୬ଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ


-ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଝାରବାହାଳି ଓଡିଶା ଆଦର୍ଶ ବିଦ୍ୟାଳୟ ରେ ଆଜି ୬ଷ୍ଠ ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ସୁନୀଳ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ସମ୍ମାନିତ ଅତିଥି ଭାବରେ ଉଲୁଣ୍ଡା ବିଡ଼ିଓ କରିସ୍ମା ବେସ୍ରା,ବ୍ଳକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ଉଲୁଣ୍ଡା ବିଇଓ ଗୋଲଖ ବିହାରୀ ପଣ୍ଡା, ରେଙ୍ଗାଲି ଓଏଭି ଅଧ୍ୟକ୍ଷ ରମଣୀକାନ୍ତ ସାହୁ ଓ ମୁଖ୍ୟ ବକ୍ତା ଭାବରେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଲକ୍ଷ୍ମୀନାରାୟଣ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ମାର୍ଗଦର୍ଶକ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ସୁପ୍ରୀୟା ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରତୀକ୍ଷା ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ। ସମସ୍ତ ପ୍ରତିଯୋଗିତା ରେ ସର୍ବମୋଟ ୧୬୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ଅତିଥି ଙ୍କ ଦ୍ଵାରା ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ପାଠପଢା ସହିତ ସମସ୍ତ କାର୍ଯ୍ୟ ରେ ବ୍ରତୀ ହୋଇ ସଫଳ ହେବା ପାଇଁ ଦିଗଦର୍ଶନ ଦେଇଥିଲେ।ଏହି ଅବସରରେ ଅତିଥି ପରିଚୟ,ପୁରସ୍କାର ବିତରଣ ଉତ୍ସବ, ସଭା,ଗୀତ, ନାଚ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ,ଅଭିଭାବିକା, କର୍ମଚାରୀ ଆଦି ଉପସ୍ଥିତ ଥିଲେ।

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ




