Entertainment

ଅସୁରଗଡ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ।ଆସନ୍ତା ଜାନୁୟାରୀ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ହେବ ମହୋତ୍ସବ।

କଣ୍ଟମାନ,୨୧/୧୨ (ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳକଣ୍ଟାମାଳ ବ୍ଳକ ମନମୁଣ୍ଡାର ପୂର୍ତ୍ତି ବିଭାଗ ଡାକବଙ୍ଗଳାରେ ଆବାହକ ବୌଦ୍ଧ ଜିଲ୍ଲା ୱେବ ମିଡ଼ିଆର ସଭାପତି ପ୍ରଥମଥର ପାଇଁ ଅସୁରଗଡ ମହୋତ୍ସବ ପାଇଁ ଏକ ଅକ୍ରୁର ବେହେରାଙ୍କ ଆବାହକତ୍ଵରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ମନମୁଣ୍ଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବୌଦ୍ଧ ଜିଲ୍ଲା ୱେବ୍ ମିଡ଼ିଆର ସଭାପତି ଅକ୍ରୁର ବେହେରାଙ୍କ ସଭାପତିତ୍ଵରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବହୁ ବୃଦ୍ଧିଜୀବୀ ,କଳାପ୍ରେମୀ ଯୋଗ ଦେଇଥିଲେ।ଆବାହକ ଶ୍ରୀ ବେହେରା ବୈଠକର ଉଦ୍ଦେଶ୍ୟ ଉପରେ ମନ୍ତବ୍ୟ ରଖିଥିଲେ ଯେ, ମନମୁଣ୍ଡା ଭଳି ଏକ ଐତିହାସିକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ପାଲଟିଥିଲେ ସୁଦ୍ଧା ଏଠାରେ କଳାର ବିକାଶ ହୋଇପାରିନାହିଁ। ଏପରିକି ଜିଲ୍ଲାର ଅନେକ ସ୍ଥାନରେ ମହୋତ୍ସବ ଭଳି ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ଆମ୍ଭ ଏଠାରେ କୌଣସି ମହୋତ୍ସବ ନ ହେବା ପରିଚାପର ବିଷୟ। ଶ୍ରୀ ବେହେରା ଙ୍କ ମନ୍ତବ୍ଯରେ ସମସ୍ତେ ଏକମତ ହୋଇ ବୈଠକରେ ଏକ ମହୋତ୍ସବ କରିବାପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା ଏବଂ ସର୍ବ ସମ୍ମତି କ୍ରମେ ଐତିହାସିକ ଅସୁରଗଡ଼ ପାହାଡ଼ ନାମରେ ଅସୁରଗଡ଼ ଲୋକ ମହୋତ୍ସବ ନାମରେ କାର୍ଯ୍ୟକ୍ରମ କରିବାପାଇଁ ଗୃହୀତ କରାଗଲା।ଏହି ମହୋତ୍ସବରେ ଲୋକକଳା , କଲାସଂସ୍କୃତି,ମିନାବଜର,ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ିକୁ ନିମନ୍ତ୍ରଣ କରାଯାଇ ତିନିଦିନ ଧରି ଉତ୍ସବକୁ ପାଳନ କରିବାକୁ ବୈଠକରେ ସ୍ଥିର ହୋଇଥିଲା। ଆସନ୍ତା ଜାନୁଆରୀ ମାସ ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ମହୋତ୍ସବ ପାଳନ କରାଯିବ। ଉକ୍ତ କାର୍ଯ୍ୟକ୍ରମ ପାଇଁ ପରବର୍ତ୍ତୀ ବୈଠକରେ ଏକ କମିଟୀ ଗଠନ କରାଯିବା ନେଇ ମଧ୍ୟ ପ୍ରସ୍ତାବ ଗୃହିତ କରାଗଲା। ଆଜିର ପ୍ରସ୍ତୁତି ବୈଠକରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ସମାଜସେବୀ ଆଶିଷ ସାହୁ,ସମାଜସେବୀ ଜାନୀ ସେନାପତି,ଓଲିମୂଲ୍ ଇସଲାମ, ସୋମନାଥ ସାହୁ,ବିଷ୍ଣୁ ମେହେର , ଅଜିତ ମେହେର,କୁନୁ ରାଜହଂସ ,ସଞ୍ଜୟ ନାୟକ, ଆସ୍ତିକ ନାୟକ,ଅଞ୍ଜନ କୁମାର ପଟ୍ଟନାୟକ,ସୁରେନ୍ଦ୍ର ସାହୁ ,ଭରତ ସେନାପତି, ରଞ୍ଜିତ ମଲ୍ଲିକ,ରାମେଶ୍ବର ପାତ୍ର,ଗୋପାଳ ମେହେର ,ଅବୁ ଖାନ,ବିଜୟ ଆଚାର୍ଯ୍ୟ ,ପ୍ରଶାନ୍ତ କୁମାର ପ୍ରଧାନ , ଆଶିଷ ଠାକୁର ,ସଞ୍ଜୟ ବାରିକ ହୃଦାନନ୍ଦ ମେହେର, କୃପାସିନ୍ଧୁ ସୁନା,ସିଦ୍ଧେଶ୍ୱର ଗିରି ଓ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ସହିତ ଜିଲ୍ଲା ୱେବ୍ ମିଡିଆ ସଂଘର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button