ନଳିନୀ ଦେବୀ ଶିକ୍ଷକ ଶିକ୍ଷା ଅନୁଷ୍ଠାନରେ ନୂଆ ଓ ଉଦଯାପନୀ ଦିବସ ପାଳିତ.


ଭୁବନେଶ୍ୱର, ଆଜି ନଳିନୀ ଦେବୀ ବିଇଡି କଲେଜର ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ନୂଆ ଓ ର ଉଦଯାପନୀ ଦିବସ ପାଳିତ ହୋଇଯାଇଛି. ଏହି ଉତ୍ସବରେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥିଭାବେ, ମାନ୍ୟବର ମଧ୍ୟ ଭୁବନେଶ୍ୱର ବିଧାୟକ ସମ୍ମାନିତ ଅତିଥିଭାବେ ଓ 35ନଂ ୱାର୍ଡର କର୍ପୋରେଟର ରଞ୍ଜୁଲତା ରାୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜ ନିଜର ଅଭିଭାଷଣ ଦେଇଥିଲେ. ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯୋଜନା କଲେଜ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନରେ କିପରି ସହାୟକ ହେଉଛି ତାର ନମୁନା ଗତ ଏକ ମାସ ଧରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀମାନେ ପ୍ରଦର୍ଶନ କରିଛନ୍ତି ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି. ସବୁ କଲେଜରେ ସାରା ଓଡ଼ିଶାରେ ନୂଆ ଓ କାର୍ଯ୍ୟକ୍ରମ ଚାଲିଛି ଏଠି ନଳିନୀ ଦେବୀ ମହାବିଦ୍ୟାଳୟରେ ଚାଲିଛି, ଆଜି

ଉଦଯାପନୀ ଦିବସ, ଏଠି ଭଲ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି ହୋଇ ସମାଜର ପରିବର୍ତନ ଦିଗରେ କାର୍ଯ୍ୟ କରିଥାନ୍ତି ବୋଲି କହିଛନ୍ତି ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ. ଏଠି ପ୍ରନସିପାଲ, ଶିକ୍ଷକ ଶିକ୍ଷୟତ୍ରୀ ମନେ ବହୁତ ଭଲ ଶିକ୍ଷା ଦାନ କରନ୍ତି, ଏଠି ପାଠ ପଢ଼ୀ ଆମ ପିଲାମାନେ ବିଭିନ୍ନ ସ୍ଥାନରେ ଶିକ୍ଷକ ହୋଇ ପିଲାମାନଙ୍କୁ ପାଠ ପଢାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇଥାନ୍ତି, ମୁଖ୍ୟମନ୍ତ୍ରୀଙ୍କ ଯୋଜନା ଅନୁସାରେ ସବୁ କାର୍ଯ୍ୟକ୍ରମ ଠିକ ଚାଲିଛି ବୋଲି କହିଛନ୍ତି ମାନ୍ୟବର ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା. ଆମର ଗୋଟେ ହଷ୍ଟେଲ ପାଇଁ ଦାବି ରଖିଛୁ ମାନ୍ୟବର ମନ୍ତ୍ରୀ ବିଧାୟକ ସମସ୍ତେ ସମ୍ମତି ଜଣାଇଛନ୍ତି ପୁରୁଣା ହଷ୍ଟେଲର ରିନୋଭେସନ ଓ ନୂତନ ହଷ୍ଟେଲ ନିର୍ମାଣ ପାଇଁ ଆର୍ଥିକ ସହଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି ନଳିନୀ ଦେବୀ ବିଇଡି କଲେଜ ପ୍ରିନସିପାଲ ଗାୟତ୍ରୀ ମହାନ୍ତି.

ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




