ଅଇଁଲାଚୂଆଁ ଆଦର୍ଶ ବିଦ୍ୟାଳୟର ରେଡିଏଣ୍ଟ ବାର୍ଷିକୋତ୍ସବ ।
ଝୁମି,ଅଭିଷେକ,ସୁମିତ୍ରା ଓ ସୁମିତ କ୍ରୀଡା ଚାମ୍ପିୟନ


କଣ୍ଟାମାଳ, ୨୦/୧୨ : (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଅଇଁଲାଚୂଆଁସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ର ବାର୍ଷିକ ବାର୍ଷିକୋତ୍ସବ (ରେଡ଼ିଏଣ୍ଟ )୨୦୨୩ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଅନନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ମୁଖ୍ୟଅତିଥି ଓ କଣ୍ଟାମାଳ ବିଇଓ ସନୋଜ କୁମାର ସେଠି ମୁଖ୍ୟବକ୍ତାଭାବେ ଯୋଗଦେଥିଲେ l ବିଦ୍ୟାଳୟ ସହକାରୀ ଶିକ୍ଷୟତ୍ରୀ ସ୍ଵାଗତିକା ପାଣିଗ୍ରାହୀ ଓ ସୁଶ୍ରୀ ମୋନାଲିସା ପାତ୍ର ଅତିଥି ପରିଚୟ ସହ ସଭା ପରିଚାଳନା କରିଥିଲେ l ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର କର ବାର୍ଷିକ ବିବରଣୀ ପାଠ କରିଥିଲେ। ସଭା ଶେଷରେ ଶିକ୍ଷକ ଶରତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ପରେ ଅତିଥିମାନଙ୍କ ଦ୍ୱାରା ରାଜ୍ୟସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ବିଦ୍ୟାଳୟର ପ୍ରତିଭାବାନ ଛାତ୍ରୀଛାତ୍ରମାନଙ୍କୁ ଉଚ୍ଚ ପ୍ରଶଂସା କରି ପୁରସ୍କୃତ କରାଯାଇଥିଲା l ସେହିପରି ଚଳିତ ବାର୍ଷିକ କ୍ରୀଡାରେ ଜୁନିଅର ଗ୍ରୁପ ବାଳିକା (ବ୍ରାହ୍ମଣି)ରୁ ଝୁମି ଭୋଇ ଓ ବାଳକରୁ ଅଭଷେକ ପ୍ରଧାନ ଚମ୍ପିୟାନ ହୋଇଥିବା ବେଳେ ସିନିଅର ଗ୍ରୁପ ବାଳିକା (ବ୍ରାହ୍ମଣି )ରୁ ସୁମିତ୍ରା ପୁଟା ଓ ବାଳକ (ସୁବର୍ଣ୍ଣରେଖା )ରୁ ସୁମିତ ମେହେର ଚାମ୍ପିୟନଙ୍କୁ ପ୍ରଶଂସା ପତ୍ର ସହ ଟ୍ରଫି ପ୍ରଦାନ କରିବା ସଂଗେସଂଗେ ଛାତ୍ରୀ ସ୍ମୃତି ଶିଖା ସାହୁ ଦଶମ ଶ୍ରେଣୀ ଟପ୍ପର, ନବମ ଶ୍ରେଣୀ (ବି )କୁ ଉତ୍ତମ ଶ୍ରେଣୀ, ମାନସ ସଂଜିତ ଭୋଇ ଙ୍କୁ ଚଳିତ ବର୍ଷର ସର୍ବୋତ୍ତମ ଛାତ୍ର, ସୁବର୍ଣ୍ଣରେଖା ହାଉସ କୁ ବର୍ଷର ବେଷ୍ଟ ହାଉସ ଭାବେ ଅତିଥିମାନେ ପୁରସ୍କୃତ କରିଥିଲେ l ସେହିପରି ଷଷ୍ଠ ଶ୍ରେଣୀ ର ଶୁଭେନ୍ଦୁ ଶେଖର କୁଦେଇ, ସପ୍ତମ ର ପ୍ରତ୍ୟାଶା ମିଶ୍ର, ଅଷ୍ଟମ ର ମାନସ ମଞ୍ଜିତ ଭୋଇ, ନବମ ର ସୋନାଲି କର୍ଣ୍ଣ ଓ ଏକାଦଶର ଦୟାସାଗର ମହାକୁଡ଼ ଶ୍ରେଣୀ ଟପ୍ପର ଭାବେ ପୁରସ୍କୃତ ହୋଇଛନ୍ତି l ପରେ ଛାତ୍ରୀଛାତ୍ରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମର ରଙ୍ଗାରଙ୍ଗ ନୃତ୍ୟ ସଂଗୀତ , କ୍ଷୁଦ୍ର ନାଟକ ଓ ଗୀତ ସମଗ୍ର ବିଦ୍ୟାଳୟ ପରିବେଷକୁ ଉତ୍ସବ ମୁଖର କରିଥିଲା l ଉତ୍ସବକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ୟାମଲାଲ ନାଏକ, ପ୍ରଦ୍ୟୁମ୍ନ ଚୂହାନ, ପଙ୍କଜ ମେହେର, ସତ୍ୟଜିତ ସାହୁ, ଆଦିତ୍ୟ ଭୁଏ,ଯୁଧିଷ୍ଠିର ମେହେର, ଅଶ୍ରୁମୋହନ ପଣ୍ଡା, ହୃଦାରଞ୍ଜନ ସା, କଲେକ୍ଟର ବାରିକ,ନମିତା ରାଣୀ ନାଏକ, ଅରୁଣ ବେହେରାଙ୍କ ସମେତ ସମସ୍ତ କର୍ମଚାରୀ ପରିଚାଳନା କରିଥିବା ବେଳେ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ l ଶେଷରେ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ବାର୍ଷିକ ଉତ୍ସବକୁ ଉଦଯାପିତ ଘୋଷଣା କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




