
କଣ୍ଟାମାଳ, ୧୯/୧୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ କଲ୍ୟାଣ ମଣ୍ଡପଠାରେ ବିଜେପିର ସାଙ୍ଗଠନିକ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ମୁଖ୍ୟଅତିଥି ଭାବେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଯୋଗଦେଇ ଦଳୀୟ ନେତା ଓ କର୍ମୀମାନଙ୍କ ସହ ଆଲୋଚନା କରିଛନ୍ତି l ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ବୌଦ୍ଧ ଜିଲା ଗସ୍ତ କରିଛନ୍ତି l ଦଳିୟ କର୍ମକର୍ତାଙ୍କୁ ସମ୍ବାଧନ କରି ମୋଦି ସରକାରଙ୍କ ଉପଲବ୍ଧିକୁ ସାଧାରଣ ଲୋକଙ୍କ ନିକଟରେ ପହଁଚାଇବାକୁ ପରାମର୍ଶ ଦେଇଥିଲେ । ଦଳ ମଧ୍ୟରେ ଶାନ୍ତିଶୃଙ୍ଖଳାର ସହିତ କାମ କରି ଆଗାମୀ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ଜିଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହେଁଇ ଚରଣ ଡାଙ୍ଗ, ରାଜ୍ୟସାଧାରଣସମ୍ପାଦକ ସାରଦା ଶତପଥୀ ବିଜେପିନେତା ରମେଶ ମହାନ୍ତି ସରୋଜ କର ସୁକାନ୍ତ ପାଣିଗ୍ରାହୀ ପୂର୍ବତନ ବିରୋଧୀ ଦଳନେତା ସଚ୍ଚିଦାନନ୍ଦ ଦଲାଲ ଯୋଗଦେଇ ନିଜ ନିଜର ମତାମତ ଦେଇଥିଲେ । ଏହି ବୈଠକରେ ପୂର୍ବତନ ଜିଲ୍ଲା ସଭାପତି ମାଗୁଣି ଗାଈଗୋଉରିଆ, ବିଜେପି ନେତା ସଂଜିତ କୁମାର ମଣ୍ଡଳ, ସୁଶାନ୍ତ ବାଘ, ଚିତ୍ତରଞ୍ଜନ ପାତ୍ର, ଡମ୍ବରୁଧର କଅଁର,ନବୀନ କୁମାର ମହାପାତ୍ର, ଗୋପାଳ ପୁରୋହିତ,ଅଲେଖ ବେହେରା, ତୀର୍ଥବାସି ରଣା, ଏକାଦଶୀଆ କ୍ଷେତି, ଯୁବନେତା ଓମପ୍ରକାଶ ମିଶ୍ର, ଅଟଳ ପ୍ରଧାନ, ଜିଲ୍ଲାପରିଷଦ ସଦସ୍ୟା ପଦ୍ମାଳୟା ପ୍ରଧାନ, ମଣ୍ଡଳ ସଭାପତି ଅନିଲ କୁମାର ପ୍ରଧାନ, ପିନାକ ରଣା, ନିରଞ୍ଜନ କର୍ଣ୍ଣ ,ନାରାୟଣ କର୍ମୀ, ଯଦୁବିହାରୀ ବାଘ, ସୁଦର୍ଶନ ବଘାର, ପୂର୍ଣ୍ଣ ପଣ୍ଡା, କେଶବ ରଣା ପ୍ରମୁଖ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ