ସପ୍ତମ ରଜନୀ ରେ ଉଲୁଣ୍ଡା ଆଞ୍ଚଳିକ ଧନୁଯାତ୍ରା


ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ସପ୍ତମ ରଜନୀରେ ପହଞ୍ଚିଛି। ଆଞ୍ଚଳିକ ଧନୁଯାତ୍ରା କମିଟି ସଭାପତି ଗୋବିନ୍ଦ ଦାସ ତରାଇ ଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବରେ ପାଟଣା ମହାରାଜ ଙ୍କ ଦାୟଦ ଯୁବରାଜ ଅର୍କେଶ ନାରାୟଣ ସିଂହ ଦେଓ ଓ ସମ୍ମାନିତ ଅତିଥି ଭାବରେ ସମାଜସେବୀ ରାଜେନ୍ଦ୍ର କୁମାର ବିଶି ଯୋଗ ଦେଇଥିଲେ।ସପ୍ତମ ରଜନୀରେ ଶାଶ୍ଵତ ତ୍ରିପାଠୀ ଙ୍କ ଦ୍ୱାରା ରୁମକୁଝୁମାନା ମେଲୋଡ଼ି କାର୍ଯ୍ୟକ୍ରମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ରେ ମୁଖ୍ୟ ଅତିଥି ଭାବରେ ଚଳଚ୍ଚିତ୍ର ଅଭିନେତା ମନୋଜ ମିଶ୍ର,କୋଶଳ ସଂଗ୍ରାମୀ ଆକାଶ ପଣ୍ଡା, ଧନୁଯାତ୍ରା କମିଟି ଉପସଭାପତି ତପନ ସାହୁ, ଧନୁଯାତ୍ରା କମିଟି ଉପଦେଷ୍ଟା ତଥା ସମାଜସେବୀ କୃର୍ତିବାସ ମିଶ୍ର ଯୋଗ ଦେଇଥିଲେ। ଏଥିରେ କଂସ ଭୂମିକାରେ ମହାରାଜ ଗୋପାଳ ଚନ୍ଦ୍ର ପଣ୍ଡା ଅଭିନୟ କରି ଲୋକଙ୍କ ମନ ମୋହୁଛନ୍ତି। ସମ୍ବଳପୁରୀ ଭାଷାରେ ଧନୁଯାତ୍ରା ହେଉଅଛି।ଏହି କାର୍ଯ୍ୟକ୍ରମ ରେ ବିଶ୍ଵଜିତ ପାତ୍ର ମଞ୍ଚ ପରିଚାଳନା କରିଥିଲେ। ବିଶେଷ ଆକର୍ଷଣ ଭାବରେ କଂସ ଦରବାର, ଲୋକନୃତ୍ୟ,ସଂଗୀତ ,ରୁମକୁଝୁମାନା ମେଲୋଡ଼ି କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ, ମିନାବଜାର,ନାମିଦାମି କଳାକାର ଙ୍କ ଦ୍ଵାରା କଳା ପରିବେଷଣ,ଗୋପଲୀଳା ଓ ପ୍ରତ୍ୟେକ ଦିନ ସଂଚାର ପରିବେଷଣ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି।ଆସନ୍ତା ୧୭ ତାରିଖ ରେ ମହୋତ୍ସବ ଶେଷ ହେବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି।ଏହି ଅବସରରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା।

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ




