Politics

କଣ୍ଟାମାଳ ବିଧାନସଭା ମଣ୍ଡଳୀର ଜାମୁମାଳରେ ଆଗାମୀ ନିର୍ବାଚନ ବିଷୟ ନେଇ ପ୍ରସ୍ତୁତି ବୈଠକ।

ବୌଦ୍ଧ-୧୨-୧୨ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରରେ ଆଗାମୀ ସାଧାରଣ ନିର୍ବାଚନ ବିଷୟକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ବ୍ଲକ ଅଧ୍ୟକ୍ଷ ତଥା ବିଜେଡି ନେତା ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥଙ୍କ ଅଧ୍ୟକ୍ଷତାରେ କଣ୍ଟାମାଳ ବ୍ଲକ ସିମିଳିପଦର ପଞ୍ଚାୟତ ଅର୍ନ୍ତଗତ ଜାମୁମାଳ ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ଅନୁଷ୍ଠିତ ଏହି ବୈଠକରେ ବୌଦ୍ଧର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୟୋଧର ମହାକୁଳ, ନାରାୟନଣପ୍ରସାଦ ସରପଞ୍ଚ ପ୍ରତିନିଧି ସତ୍ୟନାରାୟଣ ମାଝୀ, ଲୁକାପଡା ଗଉଁତିଆ ଯଜ୍ଞପ୍ରସାଦ ବିଶ୍ୱାଳ, ଖଲିଆପାଲି ସରପଞ୍ଚ ପ୍ରତିନିଧି ଜେମାକାନ୍ତ ନାଏକ, ବରପଦର ୱାର୍ଡସଭ୍ୟ ଯୋଗୀନ୍ଦ୍ର ରଣା, ବିଜେଡି କର୍ମୀ ନରେନ୍ଦ୍ର ସାହୁ, ଲିଙ୍ଗରାଜ ରଣା, ଗୁରୁଚରଣ ରଣା,ଦୁର୍ବାଦଳ ଝାଙ୍କରଙ୍କ ସହିତ ଶତାଧିକ ସଂଖ୍ୟାରେ ବିଜେଡି କର୍ମୀ ଯୋଗ ଦେବା ସହିତ ଆଲୋଚନାରେ ଅଂଶଗ୍ରହଣକରି ଆଗାମୀ ନିର୍ବାଚନର ରଣନୀତି ବିଷୟରେ ଆଲୋଚନା କରିଥିଲେ।

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।

Related Articles

Back to top button