Entertainment

ଓଡିଶା ରାଇଜିଙ୍ଗ ଫାଉଣ୍ଡେସନର ଇନକ୍ଲୁସିଭ ସମିଟ 2023 ଅନୁଷ୍ଠିତ.

 ଭୁବନେଶ୍ୱର ଆଜି ଆଇ.ସି. ଏମ.ଆର/ଆର.ଏମ.ଆର.ସି ଅଡିଟରିଅମ ଠାରେ ଓଡିଶା ଇନକ୍ଲୁସିଭ ସମିଟ 2023 ଅନୁଷ୍ଠିତ ହୋଇଯାଇଛି. ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ତରଫରୁ ଆୟୋଜିତ ଏହି ସମିଟରେ କେବଳ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ମାନଙ୍କ ପରି ସମାନ ପରିମାଣରେ ଭାଗିଦାରୀତା ଓ ଅଧିକାର ତଥା ସମସ୍ତ ସୁବିଧା ସୁଯୋଗ ଉପଭୋଗ କରିହେବ ସେହି ବିଷୟରେ ବହୁ ଟେକ୍ନିକାଲ ଏକ୍ସପର୍ଟ ମାନଙ୍କୁ ନେଇ ଆଲୋଚନା ଚକ୍ର କରାଯାଇଥିଲା. ଓଡ଼ିଶାର କ୍ରମ ବର୍ଦ୍ଧିଷ୍ଣୁ ପ୍ରଗତିରେ ଭିନ୍ନକ୍ଷମ ପିଲାମାନେ ଓ ବ୍ୟକ୍ତି ମାନେ କିପରି ନିଜକୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରତିପାଦିତ କରି ଦକ୍ଷତା ଅର୍ଜନ କରିପାରିବେ ଓ ନିଜର ଦକ୍ଷତା ବିକାଶ କରି ରୋଜଗାର କ୍ଷମ ହୋଇପାରିବେ ସେହି ସମ୍ବନ୍ଧରେ ବୁଦ୍ଧିଜୀବୀ, ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି ବିଶେଷ ମାନଙ୍କ ପରାମର୍ଶ ଗ୍ରହଣ କରି ସରକାରଙ୍କ ପାଖରେ ଉପସ୍ଥାପନ କରିବା ଉଦେଶ୍ୟରେ ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ଓ ତାର ଅଧକ୍ଷ ଅକ୍ଷୟ ସାଗର ସାଧୁ ଉଦ୍ୟମ ବୋଲି ବକ୍ତା ମାନେ ପ୍ରକାଶ କରିଛନ୍ତି. ଆଜିର ଏହି ଓଡିଶା ଇନକ୍ଲୁସିଭ ସମିଟ 2023 ରେ ମୁଖ୍ୟ ଅତିଥିଭାବେ ରାଜ୍ୟର ଦକ୍ଷତା ବିକାଶ ଓ ସୂଚନା ପ୍ରଯୁକ୍ତି ବିଭାଗର ମାନ୍ୟବର ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ ଯୋଗଦେଇ ଓଡିଶା ରାଇଜିଙ୍ଗ ଫାଉଣ୍ଡେସନର ଏଭଳି ମହତ ଉଦେଶ୍ୟକୁ ପ୍ରଶଂସା କରିବା ସହ ଭିନ୍ନକ୍ଷମ ମାନଙ୍କୁ ଭଲ ପ୍ଲାଟଫର୍ମ ଯୋଗାଇଦେବା, ଟ୍ରାନ୍ସଫରମେଶନ ଓ ବିକାଶ ପ୍ରୋସେସରେ ଯୋଗଦାନ କରି ଭିନ୍ନକ୍ଷମ ମାନେ କିପରି ଉନ୍ନତି କରିପାରିବେ, ବିଭିନ୍ନ ଇଣ୍ଡଷ୍ଟ୍ରି ସେକ୍ଟରରେ ନିଯୁକ୍ତି ଓ ଆତ୍ମ ନିଯୁକ୍ତି ପାଇବାରେ ସକ୍ଷମ ହେବେ ସେହି ବିଷୟରେ ମତାମତ ଗ୍ରହଣ କରି ସରକାରଙ୍କୁ ଦେଲେ ସରକାର ଉଚିତ ପଦକ୍ଷେପ ନେଇ ଭିନ୍ନକ୍ଷମ ମାନଙ୍କ ଭବିଷ୍ୟତ ପନ୍ଥା ନିର୍ଧାରଣରେ ସହାୟକ ହେବେ ବୋଲି କହିଛନ୍ତି. ଏହି ଆଲୋଚନରୁ ବହୁ ଜିନିଷ ଶିଖିବାର ଅଛି ଯାହାଦ୍ୱାରା ଭିନ୍ନକ୍ଷମ ମାନେ ଲାଭ ପାଇବେ, କଣ୍ଟ୍ରିବ୍ୟୁଟ କରିବା ପାଇଁ ଦକ୍ଷ ହୋଇପାରିବେ. ସେହିପରି ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ରାଜ୍ୟ ସରକାର ସ୍କିଲ ଡେଭେଲପମେଣ୍ଟ ଓ ଆଇଟି ସେକ୍ଟରରେ ବହୁ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି, ଭିନ୍ନକ୍ଷମ ମାନେ କିପରି ନିଜର ଦକ୍ଷତା ବିକାଶ ହେବ ଓ ପ୍ରୋପର ପ୍ଲେସ ମେଣ୍ଟ ହୋଇପାରିବ ସେଥିପାଇଁ ଆଲୋଚନା କରି ରାଜ୍ୟ ସରକାରଙ୍କୁ ଜଣାଇଲେ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ପୂର୍ବତନ ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର. ଭିନ୍ନକ୍ଷମ ମାନଙ୍କୁ ଆଇଡେଣ୍ଟିଫିକେସନ କରି ସେମାନଙ୍କ ବିକାଶ, ସୁରକ୍ଷା ଓ ସମସ୍ତ ମୌଳିକ ଅଧିକାର ପ୍ରାପ୍ତ ହେବା ସହ ବିଶେଷ କରି ଭିନ୍ନକ୍ଷମ ମାନଙ୍କ ନିଯୁକ୍ତି ପାଇଁ ବିଭିନ୍ନ କ୍ଷେତ୍ରରୁ ଏକ୍ସପର୍ଟ ମାନଙ୍କୁ ଆଜି ସମିଟ କରି ସେମାନଙ୍କ ମତାମତ ଗ୍ରହଣ କରି ଗୋଟେ ଦସ୍ତାବିଜ ପ୍ରସ୍ତୁତ କରି ସରକାରଙ୍କୁ ଦେବାକୁ ପ୍ରୟାସ କରିଛୁ ବୋଲି କହିଛନ୍ତି ଓଡିଶା ରାଇଜିଙ୍ଗ ଫାଉଣ୍ଡେସନର କୋ ଫାଉଣ୍ଡର ତଥା ଅଧକ୍ଷ ଅକ୍ଷୟ ସାଗର.

ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button