Politics

ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.

ଭୁବନେଶ୍ୱର, ଆଜି ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା. ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସଭାପତି ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ଆହ୍ୱାନରେ ସାରା ରାଜ୍ୟରୁ ମହିଳା ପଦାଧିକାରୀ ମାନେଯୋଗଦେଇଥିଲେ ଓ ବିଶେଷ କରି ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର କେନ୍ଦୁଝର ବିଧାୟକ ମୋହନ ମାଝୀ, ସଂଗଠନ ସମ୍ପାଦକ ମାନସ ମହାନ୍ତି ପ୍ରମୁଖ କାର୍ଯ୍ୟକାରୀଣୀରେ ମହିଳା ମାନେ ସଂଗଠିତ ହୋଇ ଗାଁ ଗାଁ ଘର ଘର ବୁଲି ମୋଦି ସରକାରଙ୍କ ମହିଳାମାନଙ୍କ ପ୍ରତି ଚାଲିଥିବା ସବୁ ଉନ୍ନତି ଓ ସୁରକ୍ଷା ମୂଳକ ପଦକ୍ଷେପ ସମ୍ପର୍କରେ ବାର୍ତା ପହଂଚାଇବା ପାଇଁ ଆହ୍ୱାନ ଦେଇଥିଲେ.ନରେନ୍ଦ୍ର ମୋଦି ବିଶ୍ୱର ସବୁଠୁ ବଡ଼ ଲୋକ ପ୍ରିୟ ନେତା ଓ ଦେଶର ତଥା ରାଜ୍ୟର 80 ଭାଗ ଲୋକ ତାଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାକୁ ଚାହାଁନ୍ତି. ବିକଶିତ ଭାରତ, ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା, ଆତ୍ମ ନିର୍ଭର ଶିଳ କରିବା ତଥା ମହିଳା ମାନଙ୍କୁ ସବୁ କ୍ଷେତ୍ରରେ ସୁରକ୍ଷା ଦେବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଅହରହ କାମ କରୁଥିବାବେଳେ ଓଡ଼ିଶାରେ ଚାଲିଥିବା ସ୍ଥାଣୁ ଅପାରଗ, ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାର ସରକାରର କାର୍ଯ୍ୟ କଳାପ ବିରୋଧରେ ଲୋକ ମାନଙ୍କୁ ସଚେତନ କରାଇବା ପାଇଁ ଓ ଏନସିଆରବି ରିପୋର୍ଟ ଆଧାରରେ ନିନ୍ଦିତ ହୋଇଥିବା ଓଡିଶାକୁ ବଦନାମରୁ ରକ୍ଷା କରିବାକୁ ମହିଳା ମୋର୍ଚା ଅଣ୍ଟା ଭିଡି ବାହାରି ଲୋକଙ୍କ ପାଖରେ ପହଂଚିବାକୁ ଆଜି ସଂକଳ୍ପ ନିଆଯାଇଛି ବୋଲି କହିଛନ୍ତି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ. ରାଜ୍ୟରେ ମହିଳା ମାନେ ଅସୁରକ୍ଷିତ, ମହିଳା ମାନଙ୍କ ସମ୍ମାନ ଆଜି ବିପଦରେ, ସେକ୍ସ ରେସିଓ ରେ ମହିଳା ମାନଙ୍କ ସଂଖ୍ୟା କମ ଥିବାରୁ, ମହିଳାଙ୍କ ଆତ୍ମହତ୍ୟା ବଢୁଥିବାରୁ ଏହି ପ୍ରଥା ବିରୋଧରେ ବିଜେପି ମହିଳା ମୋର୍ଚା ଆଗକୁ ଦୃଢ଼ ପଦକ୍ଷେପ ନେବା ସହ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ନାରୀ ଶକ୍ତି ବନ୍ଧନ ଅଧିନିୟମ, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ରେଟ କମିଥିବାରୁ ମହିଳା ମାନଙ୍କ ଆସ୍ଥା ବିଶ୍ୱାସ ବୃଦ୍ଧି ପାଇଥିବାରୁ ମହିଳା ମାନେ ମୋଦିଜୀଙ୍କୁ ଭଲ ପାଉଥିବାରୁ ଆଗାମୀ ନିର୍ବାଚନରେ ଦେଶରେ ଏବଂ ଓଡ଼ିଶାରେ ବିଜେପିକୁ ଲୋକ ମାନେ ଭୋଟ ଦେଇ ସରକାରକୁ ଆଣିବେ ବୋଲି କହିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାପତି ଐଶ୍ୱର୍ଯ୍ୟା ବିଶ୍ୱାଳ. ମୋଦି ଗ୍ୟାରେଣ୍ଟି ଆମ ଯାଜପୁର ଜିଲ୍ଲାରେ ଭଲ କାମ କରିବ, ରାଜ୍ୟ ବିଜେଡି ସରକାର ମହିଳା ମାନଙ୍କୁ ଯେଉଁ ଭଳି ସଂଗଠିତ କରି ମହିଳା ମାନଙ୍କୁ ଠକି ଚାଲିଛି ଯାଜପୁରରେ ବିଜେଡି ସଂଗଠନ ଭାଙ୍ଗି ଆଗାମୀ ଦିନରେ ବହୁ କାର୍ଯ୍ୟ ହାତକୁ ନେଇଛି ବୋଲି କହିଛନ୍ତି ଯାଜପୁର ଜିଲ୍ଲା ମହିଳା ସଭାପତି ବବିତା ମଲ୍ଲିକ.

ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button