Entertainment

ନିଆରା ଅନ୍ଦାଜ ରେ ଜନ୍ମଦିନ ପାଳନ କଲେ ଶାରଳା ଘଟନୃତ୍ୟଶିଳ୍ପୀ- “କ୍ରିଷ୍ଣା”

ତିର୍ତ୍ତୋଲ ::-ଜନ୍ମଦିନର କେକ୍ କାଟିବା ନଥିଲା କି ଡିଜେ ବାଜିବା ସହିତ ମଉଜ ମଜଳିଶ ରେ ମାତି ଭୋଜିଭାତର ଆୟୋଜନ ନଥିଲା ! ଘର ସାମ୍ନାରେ ରଙ୍ଗୀନ ଆଲୋକ ସଜ୍ଜା ନଥିଲା କି କପଡାର ଡେକୋରେସନ ନଥିଲା ! କିନ୍ତୁ ପାଳନ ହେଇଗଲା ଶାରଳା ଘଟନୃତ୍ୟ ର ଆକର୍ଷଣ କ୍ରିଷ୍ଣା ଙ୍କ ଜନ୍ମଦିନ ! ଆଶ୍ଚର୍ଯ୍ୟ ଲାଗିଲେ ବି ନିଚ୍ଛକ ସତ୍ୟ ! କ୍ରିଷ୍ଣା ଓରଫ ଲକ୍ଷ୍ମୀକାନ୍ତ ଭୂୟାଁ ଶାରଳା ଘଟନୃତ୍ୟର ଶାରଳା ବା ଦୂର୍ଗା ଭୂମିକାରେ ମହିଷାସୁର ବଧ କଲାବେଳର ଦୃଶ୍ୟ ଯିଏ ଦେଖିଛି ! ସାକ୍ଷାତ ଦୁର୍ଗାଙ୍କ ବିଶ୍ଵରୂପ ଦର୍ଶନ ସେହି ହିଁ କରିଛି ! ଯିଏ ବି ଦର୍ଶନ କରିଛି ସେ କେବେ ଜୀବନରେ ଥିବା ଯାଏ କ୍ରିଷ୍ଣାଙ୍କ କଳାକାରୀ କୁ ଭୁଲି ପାରିବନି ! ଅପୂର୍ବ ଶୋଭାକାନ୍ତି ର ଚେହେରା ଥିବା କ୍ରିଷ୍ଣା ଙ୍କ ଜନ୍ମଦିନରେ ସମସ୍ତଙ୍କୁ ଚକିତ କରାଇ ମା’ ଶାରଳା ଙ୍କୁ ନିଜ ହାତ ନିର୍ମିତ ଟାହିଆ ଉପହାର ସ୍ୱରୂପ ପିନ୍ଧାଇଛନ୍ତି ! ଶନିବାର ଦିନ ମାଆଙ୍କ ମାର୍ଜନା ସରିବା ପରେ, ନିଜର ସେବାୟତ ମାନଙ୍କ ଦ୍ୱାରା ମାଆଙ୍କୁ ପିନ୍ଧାଇ ଥିଲେ ନିଜ ହାତ ତିଆରି ଟାହିଆ । ଟାହିଆ ପିନ୍ଧିବାପରେ , ମାଆଙ୍କର ଅଭିନବ ଅପୂର୍ବ ଦିବ୍ୟ ଦର୍ଶନ କରି ଶ୍ରଦ୍ଧାଳୁ ଭକ୍ତମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇ ଥିବାର, ଦେଖିବାକୁ ମିଳିଥିଲା। ଆଜିକାଲି ର ଯୁବସମାଜ ପାଶ୍ଚ୍ୟାତ ସଭ୍ୟତା ରେ ମାତି ଯାଇ କେକ୍ କାଟିବାର ପ୍ରୟାସ ଜାରି ରଖିଥିବା ବେଳେ ,କ୍ରିଷ୍ଣା ମନ୍ଦିର କୁ ଯାଇ ଦେବୀ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରି, ଅସହାୟ ଭିନ୍ନକ୍ଷମ ଗରିବ ଲୋକମନଙ୍କୁ ପ୍ରାସାଦ ବଣ୍ଟନ କରିଥିଲେ ନୃତ୍ୟଶିଳ୍ପୀ କ୍ରିଷ୍ଣା ! ତତସହିତ ସମଗ୍ର ଯୁବସମାଜ କୁ ନିଜ ସଂସ୍କୃତି ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବାକୁ ଆହ୍ବାନ ଦେଇଛନ୍ତି । ତାଙ୍କର ଏହି ମହନୀୟତା ପାଇଁ , ଶାରଳା ଘଟନୃତ୍ୟ ଅନୁଷ୍ଠାନ ର ନିର୍ଦ୍ଦେଶକ ରମାକାନ୍ତ ରାଉଳ , ପ୍ରଯୋଜକ ତ୍ରିଲୋଚନ ରାଉଳ , ମ୍ୟାନେଜର ବିଶ୍ବରଂଜନ ରାଉଳ, ସରୋଜ କୁମାର ନାୟକ , ତୁଷାରକାନ୍ତ ରାଉଳ , ପ୍ରଳୟ ରାଉଳ , ଜନାର୍ଦ୍ଦନ ରାଉଳ , ଚନ୍ଦନ ରାଉଳ , ନୃସିଂହ ଚରଣ ନାୟକ ପ୍ରମୁଖ ତାଙ୍କର ଏହି ପ୍ରୟାସ କୁ ସ୍ୱାଗତ କରିବା ସହିତ ତାଙ୍କୁ ଜନ୍ମଦିନ ର ସୁଭେତ୍ସା ଜଣାଇଛନ୍ତି।

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button