ଅଁଳାପାଲି ଓ ବହିରାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ।


ବୌଦ୍ଧ-୮-୧୨ (ସମର୍ଥ ନ୍ୟୁଜ) କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ସୂଚନା ଦେବା ପାଇଁ ବୌଦ୍ଧରୁ ବାହାରିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ବୌଦ୍ଧ ଜିଲ୍ଲା ସଦର ବ୍ଲକର ଅଁଳାପାଲି ଓ ବହିରା ପଞ୍ଚାୟତରେ ଶୁକ୍ରବାର ଭବ୍ୟ ସ୍ୱାଗତ କରାଯାଇଛି। ଅଁଳାପାଲି ପଞ୍ଚାୟତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଅଜିତ ମେହେର, ବିଶିଷ୍ଟ ସମାଜସେବୀ କହ୍ନେଇ ଚରଣ ଡାଙ୍ଗ, ପିଇଓ ଦିବ୍ୟଲୋଚନ ବେହେରା, ଜିଆରଏସ ଅମିତ କର୍ଣ୍ଣ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସ୍ୱାଗତ କରିଥିଲେ।ବହିରାରେ ଜିଆରଏସ ରଙ୍କନିଧି ଗାଈଗୌରୀଆ ସମାଜସେବୀ କହ୍ନେଇ ଚରଣ ଡାଙ୍ଗ, ସୁଶାନ୍ତ ବାଘ, ଶମ୍ଭୁ ପ୍ରସାଦ ଗାଈଗୌରୀଆଙ୍କ ସହ ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ଅଙ୍ଗୱାଡ଼ି କର୍ମୀ. ଆଶା କର୍ମୀ, ସ୍ୱୟଂସହାୟକ ଗୋଷ୍ଠୀର ମହିଳା ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ସଂକୀର୍ତ୍ତନ୍ୟ ଦଳଙ୍କ ସହିତ ସ୍ୱାଗତ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପ୍ରସାରଣ ପରେ ବିକଶିତ ଭାରତ ସଙ୍କଳ୍ପ ନେଇ ସମସ୍ତେ ଶପଥ ପାଠ କରିଥିଲେ।ଏଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ବିଷୟରେ ଅବଗତ କରାଯିବା ସହିତ ସଚେତନ କରାଯାଇଥିଲା।
ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।




